ETV Bharat / state

କେନ୍ଦୁଝରରେ ଧୁମଧାମରେ ଚାଲିଛି କାଳୀପୂଜା, ଶ୍ମଶାନ କାଳୀଙ୍କ ପାଖରେ ଲାଗିଛି ଭକ୍ତଙ୍କ ଭିଡ - କେନ୍ଦୁଝର କାଳୀତୀର୍ଥ କାଳୀପୂଜା

ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜାମଣ୍ଡପରେ ମଧ୍ୟରାତ୍ରୀରୁ ଆରମ୍ଭ ହେଇଛି ମା' ଶ୍ୟାମାକାଳୀଙ୍କ ପୂଜା । ଏନେଇ କେନ୍ଦୁଝରରେ ମଧ୍ୟ ଆରମ୍ଭ ହୋଇଛି ମା' କାଳୀଙ୍କ ପୂଜାର୍ଚ୍ଚନା । ଅଧିକ ପଢ଼ନ୍ତୁ

Smashan kali puja pandal
Smashan kali puja pandal
author img

By ETV Bharat Odisha Team

Published : Nov 13, 2023, 6:30 PM IST

Smashan kali puja pandal

କେନ୍ଦୁଝର: ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ପାପନାଶିନୀ ମା' କାଳୀ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜାମଣ୍ଡପରେ ମଧ୍ୟରାତ୍ରୀରୁ ଆରମ୍ଭ ହେଇଛି ମା' ଶ୍ୟାମାକାଳୀଙ୍କ ପୂଜା । ଏନେଇ କେନ୍ଦୁଝରରେ ମଧ୍ୟ ଆରମ୍ଭ ହୋଇଛି ମା' କାଳୀଙ୍କ ପୂଜାର୍ଚ୍ଚନା । ଏଥିପାଇଁ ସହରର ୩ଟି ପ୍ରମୁଖ କାଳୀପୂଜା କମିଟି ପକ୍ଷରୁ ଜୋରସାରରେ ଚାଲିଛି ମା'ଙ୍କ ଆରାଧନା ।

ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜାତ୍ସବକୁ ମାଧପୁର ଓ ସରାସ ସ୍ଥିତ ମା' କାଳିଙ୍କ ଶକ୍ତପୀଠ ଠାରୁ ଆରମ୍ଭ କରି ୩ ପ୍ରମୁଖ ପୂଜାମଣ୍ଡପରେ ଧୁମଧାମରେ ପାଳନ ଚାଲିଛି ପୂଜା । ଏହି ପୂଜାମଣ୍ଡପ ମଧ୍ୟରୁ କାଶୀପୁର ଶ୍ମଶାନ କାଳୀପୂଜା ଚଳିତବର୍ଷ ୩୬ ବର୍ଷରେ ପଦାର୍ପଣ କରିଛି । ପୂଜାକୁ କିଭଳି ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ସେନେଇ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ରାଜସ୍ଥାନର ଯୋଧପୁର ସ୍ଥିତ ରାଜପ୍ରସାଦର ଅବିକଳ ସୁଦୃଶ୍ୟ ତୋରଣ ନିର୍ମାଣ ସାଙ୍ଗକୁ ବିଭିନ୍ନ ଆଲୋକମାଳାରେ ସାଜସଜ୍ଜା ମଧ୍ୟ କାଯାଇଛି । କାଶିପୁର ଶ୍ମଶାନ କାଳୀଙ୍କ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଥିବା ବେଳେ ଶ୍ରଦ୍ଧାଳୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ମା'ଙ୍କ ଦର୍ଶନ ପାଇଁ ଛୁଟି ଆସିଥାନ୍ତି । କମିଟି ପକ୍ଷରୁ ଭସାଣି ପର୍ଯ୍ୟନ୍ତ ସବୁଦିନ ପ୍ରସାଦ ସେବନର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମା'ଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଶ୍ମଶାନ କାଳୀଙ୍କ ମୂର୍ତ୍ତି ସ୍ୱତନ୍ତ୍ର ହୋଇଥିବା ବେଳେ ଭସାଣି ମଧ୍ୟ ଜିଲ୍ଲାରେ ବେଶ୍ ଚର୍ଚ୍ଚା ବହନ କରିଥାଏ ।

ଏହା ମଧ୍ୟ ପଢ଼ନ୍ତୁ.......ଧରାବତରଣ କରିବେ ମା' ଶ୍ୟାମାକାଳୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଚଳିତ ବର୍ଷ ଭସାଣି ପାଇଁ କେରଳର ବାଦ୍ୟକାରଙ୍କ ସହ ଅଘୋରି ଗ୍ରୁପ ଓ ଦେଶୀ ବିଦେଶୀ ବାଜା ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ୧୨ଦିନ ବ୍ୟାପୀ ଏହି ମେଳା ସହର ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ରାଜାରାଜୁଡା ଅମଳରୁ କେନ୍ଦୁଝରର ଏକ ପ୍ରମୁଖ ପର୍ବ ଭାବେ କାଳୀତୀର୍ଥ ପୂଜାକମିଟି ପକ୍ଷରୁ କାଳୀପଡ଼ିଆରେ ହୋଇଆସୁଥିବା କାଳୀପୂଜା ଚଳିତ ବର୍ଷ ୮୩ ବର୍ଷରେ ପଦାର୍ପଣ କରିଛି । ବାଣେଶ୍ବର ମହେଶ ସାଂସ୍କୃତିକ କମିଟି ପକ୍ଷରୁ ଚଳିତ ବର୍ଷ କାଳୀପଡ଼ିଆରେ ୧୩ ତାରିଖରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଷ୍ଟଲରେ ମୀନାବଜାର ଆୟୋଜନ ସହ ଖାଦ୍ୟ ଓ ହସ୍ତଶିଳ୍ପ ମେଳା ମଧ୍ୟ କରାଯାଇଛି । ସେହିପରି ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ମା' କାଳୀ ପୂଜା କମିଟି ପକ୍ଷରୁ ଆୟୋଜିତ ପୂଜା ଚଳିତବର୍ଷ ୫୫ ବର୍ଷରେ ପଦାର୍ପଣ କରିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.