ETV Bharat / state

'ବିଜେପିର'ଜବାବ ମାଗୁଛି ଓଡିଶା ଅଭିଯାନ': ଯୋଗ ଦେଲେ ଅର୍ଜୁନ ମୁଣ୍ଡା - odisha

ବିଜେପି ରାଜ୍ୟରେ ଆରମ୍ଭ କରିଛି 'ଜବାବ ମାଗୁଛି ଓଡିଶା ଅଭିଯାନ'। ଏନେଇ କେନ୍ଦୁଝରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Feb 8, 2019, 9:43 PM IST

କେନ୍ଦୁଝର: ବିଜେପି ରାଜ୍ୟରେ ଆରମ୍ଭ କରିଛି 'ଜବାବ ମାଗୁଛି ଓଡିଶା ଅଭିଯାନ' । ଏନେଇ କେନ୍ଦୁଝରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଏହି କାର୍ଯ୍ୟକ୍ରମରେ ସେ ବିଭିନ୍ନ ଯୋଜନାରେ ବିଫଳତା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ସବୁ କ୍ଷେତ୍ରରେ ବିଫଳ ହୋଇଛି ରାଜ୍ୟ ସରକାର ।

ଶୁକ୍ରବାର ପାଟଣା ନିର୍ବାଚନ ମଣ୍ଡଳୀ ମାଛଗଡ଼ ହାଇସ୍କୁଲ ପଡିଆରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ଆଜି ଅପରାହ୍ନ ୪ଟାରେ ଅର୍ଜୁନ ମୁଣ୍ଡା ପହଞ୍ଚି ସଭାକୁ ସମ୍ବୋଧନ କରିଥିଲେ। ଏହି ସଭାରେ ଶତାଧିକ ବିଜେପି ସମର୍ଥକ ଏକତ୍ରିତ ହୋଇଥିଲେ । ବିଶାଳ ଭିଡକୁ ଦେଖି ଅର୍ଜୁନ ରାଜ୍ୟରେ ବିଜେପି ଆଗାମୀ ନିର୍ବାଚନରେ ସରକାର ଗଢିବା ନେଇ ଆଶାବାଦୀ ବୋଲି ପ୍ରକାଶ କରିଛନ୍ତି। ଏଥିସହିତ ଆଗାମୀ ନିର୍ବାଚନରେ ଜନସାଧାରଣଙ୍କୁ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ପାଇଁ ଜନସଭାକୁ ସମ୍ବୋଧନ କରି କହିଛନ୍ତି ।

ଜଣାଯାଇଛି ଯେ ଶୁକ୍ରବାର ସାହରପଡା ବ୍ଲକ ମାଛଗଡ଼ ପଞ୍ଚାୟତର ହାଇସ୍କୁଲ ପଡିଆରେ ଜିଲ୍ଲା ବିଜେପି ପକ୍ଷରୁ ଏକ ବିରାଟ ଜନସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣା ନିର୍ବାଚନ ମଣ୍ଡଳୀର ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ତଥା ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାଏକ, ପୂର୍ବତନ ଉପମୁଖ୍ୟ ସଚେତକ ମୋହନ ମାଝୀ ଓ ବହୁ ଜିଲ୍ଲାସ୍ତରୀୟ କର୍ମୀ ଉପସ୍ଥିତ ଥିଲେ।

undefined

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

'ଜବାବ ମାଗୁଛି ଓଡ଼ିଶା' କାର୍ଯ୍ୟକ୍ରମରେ ଯୋଗ ଦେଲେ ଅର୍ଜୁନ ମୁଣ୍ଡା

କେନ୍ଦୁଝର: ବିଜେପି ରାଜ୍ୟରେ ଆରମ୍ଭ କରିଛି 'ଜବାବ ମାଗୁଛି ଓଡିଶା ଅଭିଯାନ' । ଏ ନେଇ କେନ୍ଦୁଝରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଏହି କାର୍ଯ୍ୟକ୍ରମରେ ସେ ବିଭିନ୍ନ ଯୋଜନାରେ ବିଫଳତା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ସବୁ କ୍ଷେତ୍ରରେ ବିଫଳ ହୋଇଛି ରାଜ୍ୟ ସରକାର । 

ଶୁକ୍ରବାର ପାଟଣା ନିର୍ବାଚନ ମଣ୍ଡଳୀ ମାଛଗଡ଼ ହାଇସ୍କୁଲ ପଡିଆରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ଆଜି ଅପରାହ୍ନ ୪ଟାରେ ଅର୍ଜୁନ ମୁଣ୍ଡା ପହଞ୍ଚି ସଭାକୁ ସମ୍ବୋଧନ କରିଥିଲେ । ଏହି ସଭାରେ ଶତାଧିକ ବିଜେପି ସମର୍ଥକ ଏକତ୍ରିତ ହୋଇଥିଲେ । ବିଶାଳ ଭିଡକୁ ଦେଖି ଅର୍ଜୁନ ରାଜ୍ୟରେ ବିଜେପି ଆଗାମୀ ନିର୍ବାଚନରେ ସରକାର ଗଢିବା ନେଇ ଆଶାବାଦୀ ବୋଲି ପ୍ରକାଶ କରିଛନ୍ତି । ଏଥିସହିତ ଆଗାମୀ ନିର୍ବାଚନରେ ଜନସାଧାରଣଙ୍କୁ ନରେନ୍ଦ୍ର ମୋଦିଙ୍କୁ ପୂନର୍ବାର ପ୍ରଧାନମନ୍ତ୍ରୀ କରିବା ପାଇଁ ଜନସଭାକୁ ସମ୍ବୋଧନ କରି କହିଛନ୍ତି । 

ଜଣାଯାଇଛି ଯେ ଶୁକ୍ରବାର ସାହରପଡା ବ୍ଲକ ମାଛଗଡ଼ ପଞ୍ଚାୟତର ହାଇସ୍କୁଲ ପଡିଆରେ ଜିଲ୍ଲା ବିଜେପି ପକ୍ଷରୁ ଏକ ବିରାଟ ଜନସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣା ନିର୍ବାଚନ ମଣ୍ଡଳୀର ପାଞ୍ଚ ହଜାରରୁ ଊର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ତଥା ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାଏକ, ପୂର୍ବତନ ଉପମୁଖ୍ୟ ସଚେତକ ମୋହନ ମାଝୀ ଓ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.