ETV Bharat / state

Group Clash: କେନ୍ଦୁଝରରେ ବନ୍ଦ ଇଣ୍ଟରନେଟ ସେବା, ଯୋଡାରେ ୧୪୪ ଧାରା ଲାଗୁ - ରାମ ନବମୀରେ କେନ୍ଦୁଝରରେ ଗୋଷ୍ଠୀ ସଂଘର୍ଷ

୨ ଗୋଷ୍ଠୀ ମଧ୍ୟରେ ଉଗ୍ରରୂପ ନେଲା ସଂଘର୍ଷ । ଫଳରେ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା ବେଳେ ଯୋଡାରେ ୧୪୪ ଧାରା ଲାଗୁ କରାଯାଇଛି । ଅଧିକ ପଢନ୍ତୁ

Group Clash: କେନ୍ଦୁଝରରେ ବନ୍ଦ ଇଣ୍ଟରନେଟ ସେବା, ଯୋଡାରେ ୧୪୪ ଧାରା ଲାଗୁ

author img

By

Published : Apr 12, 2022, 6:03 PM IST

କେନ୍ଦୁଝର: ସମ୍ପୂର୍ଣ୍ଣ ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ ସେବା । ଗତ ଗୁରୁବାର ରାତି ୧୨ଟା ଠାରୁ ଏଯାବତ ଇଣ୍ଟରନେଟ ସେବାରୁ ବଞ୍ଚିତ ଜିଲ୍ଲାବାସୀ । ଖଣି ଅଞ୍ଚଳ ଯୋଡ଼ାରେ ସୋମବାର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ପରେ ଏହି ସେବା ବନ୍ଦ କରାଯାଇଛି । ରାମ ନବମୀରେ ମନ୍ଦିରକୁ ଧାର୍ମିକ ପତାକା ନେଇ ଯିବା ସମୟରେ ଘଟିଥିଲା ଏହି ଗୋଷ୍ଠୀ ସଂଘର୍ଷ ।

ସଂଘର୍ଷ ଘଟିଥିବା ସ୍ଥାନ ଯୋଡ଼ାରେ ଯିବା ଆସିବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ଏହାପରେ ଏଠାରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ବୁଧବାର ୧୦ଟା ପର୍ଯ୍ୟନ୍ତ ଏହି କଟକଣାକୁ ଲାଗୁ କରାଯାଇଛି । ଏହାସହିତ ଯୋଡ଼ାରେ ୧୪ ପ୍ଲାଟୁନ ଫୋର୍ସ ନିଯୋଜିତ ଥିବା ଜଣାପଡ଼ିଛି । ଗତ ସୋମବାର ଏହି ଅଞ୍ଚଳରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ପୋଲିସ ସ୍ଥିତି ନିୟନ୍ତ୍ରଣ ପାଇଁ ଫାଙ୍କା ଗୁଳିଚାଳନା ପରେ ଉଭୟ ପକ୍ଷରୁ ପୋଲିସ କର୍ମଚାରୀଙ୍କ ଉପରକୁ ପଥର ମାଡ଼ ହୋଇଥିଲା ।

ରିପୋର୍ଟ ଅନୁସାରେ ରାମ ନବମୀ ପାଳନ ସମୟରେ ଘଟିଥିଲା ସଂଘର୍ଷ । ଏକ ଧାର୍ମିକ ଗୋଷ୍ଠୀ ରାମ ନବମୀ ଅବସରରେ ରବିବାର ଶୋଭାଯାତ୍ରା କରି ୱାର୍ଡ ନଂ ୪ରେ ଥିବା ଶିବ ମନ୍ଦିରକୁ ପତାକା ନେଇ ଯିବାକୁ ଚାହୁଁଥିଲେ । ହେଲେ ଏହାକୁ ଅନୁମିତ ଦେଇନଥିଲା ପୋଲିସ । କେବଳ ୫ ଜଣ ପତାକା ନେଇ ମନ୍ଦିରକୁ ଯାଇପାରିବେ ବୋଲି ପୋଲିସ କହିଥିଲା । ତେବେ ଏହି ଘଟଣାକୁ ନେଇ ଆନ୍ଦୋଳନ କରିଥିଲା ଉକ୍ତ ଧାର୍ମିକ ଗୋଷ୍ଠୀ ।

ଏହାପରେ ସେମାନେ ହନୁମାନ ମନ୍ଦିର ନିକଟ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିଥିଲେ । ଏହାପରେ ପତାକା ନେଇ ମନ୍ଦିର ଯିବାକୁ ବାହାରିଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ସେମାନଙ୍କୁ ବିରୋଧ କରିଥିଲେ । ଏହାପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ବୋଲି ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.