ETV Bharat / state

ପୁରାତନ କୀର୍ତ୍ତିରାଜିର ସୁରକ୍ଷା ମୂଳ ଦାୟିତ୍ୱ ନେବ ଇନ୍‌ଟାକ କେନ୍ଦୁଝର ଚାପ୍ଟର - ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜିଲ୍ଲା କେନ୍ଦୁଝର

ପୁରାତନ କୀର୍ତ୍ତିରାଜିର ପୁନଃ ଉନ୍ନତି ଓ ସଂରକ୍ଷଣ ଆବଶ୍ୟକ ରହିଥିବା ବେଳେ ଏହାକୁ ନଜରରେ ରଖି ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଗବେଷଣା ସଂସ୍ଥା ଇନଟାକ କେନ୍ଦୁଝର ଜିଲ୍ଲାରେ ଏହାର ଶାଖା ଖୋଲିଛି । ଅଧିକ ପଢନ୍ତୁ

intach koenjhar chapter
intach koenjhar chapter
author img

By

Published : Jun 13, 2023, 2:17 PM IST

intach koenjhar chapter

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜିଲ୍ଲା ସହ ଐତିହ୍ୟ ସମ୍ପନ୍ନ ଜିଲ୍ଲା ଭାବେ ପରିଗଣିତ । ଏହି ଜିଲ୍ଲାରେ ଏକା ଧାରରେ ବୌଦ୍ଧ, ଜୈନ ଓ ସନାତନ ଧର୍ମର ଛାପ ରହିଛି । ତେବେ ଜିଲ୍ଲାର ଅସନପାଟଠାରେ ପ୍ରଥମ ନଟରାଜ ମୂର୍ତ୍ତି ଆବିଷ୍କୃତ ହୋଇଥିଲା । ଯାହାକି ଏବେ ଭୁବନେଶ୍ବର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ସୁରକ୍ଷିତ ରଖାଯାଇଛି । ଏହିପରି ବଉଳାରେ ଜୈନ ମୂର୍ତ୍ତି ଓ ବୌଦ୍ଧ ମୂର୍ତ୍ତି ଦେଖିବାକୁ ମିଳେ । ସେହିପରି କେନ୍ଦୁଝର ଜିଲ୍ଲାରେ ଆଗ୍ନେୟଗିରି ମଧ୍ୟ ଦେଖିବାକୁ ମିଳେ । ଏହା ସହ ପୂର୍ଣ୍ଣତ୍ୱୟା ଗଙ୍ଗାଠାରୁ ପୁରାତନ ନଦୀ ବୈତରଣୀ ନଦୀର ଉତ୍ପତି ସ୍ଥଳ ମଧ୍ୟ ଅବସ୍ଥିତ । ଏହି ସବୁକୁ ପୁନଃ ଉନ୍ନତି ଓ ସଂରକ୍ଷଣ ଆବଶ୍ୟକ ରହିଥିବା ବେଳେ ଏହାକୁ ନଜରରେ ରଖି ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଗବେଷଣା ସଂସ୍ଥା ଇନଟାକ କେନ୍ଦୁଝର ଜିଲ୍ଲାରେ ଏହାର ଶାଖା ଖୋଲିବାକୁ ସ୍ଥିର କରିଛି । ତେବେ ଏହି ଶାଖାକୁ ସ୍ଥାନୀୟ ଦରବାର ହଲଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ ଉଦଘାଟନ କରିଛନ୍ତି ।

ଜିଲ୍ଲାରେ ସମସ୍ତ କୀର୍ତ୍ତିରାଜିକୁ ସଂରକ୍ଷଣ ଓ ପୁନଃ ଉନ୍ନତିକରଣ ଆବଶ୍ୟକତା ରହିଛି । ତେଣୁ ଏହି ସବୁ ଉନ୍ନତିକରଣ ହାତକୁ ନେଇଥିବାରୁ ଜିଲ୍ଲା ପ୍ରଶାସନ ଇନଟାକକୁ ଧନ୍ୟବାଦ ଦେବା ସହ ସହଯୋଗର ହାତ ବଢ଼ାଇବ ବୋଲି ପ୍ରକାଶ କରିଛି । ତେବେ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଯୋଜକ ଅମୀୟ ଭୂଷଣ ତ୍ରିପାଠୀ ପରିଚାଳନା କରିଥିବା ବେଳେ ରାଜ୍ୟ ସହ ସଂଯୋଜକ ଅନୀଲ ଧୀର ଇନଟାକର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଡିଏଫଓ ଏଚ.ଡି ଧନରାଜ ଯୋଗ ଦେଇ କୀର୍ତ୍ତୀରାଜି ସହ ପ୍ରାକୃତିକ ପରିବେଶକୁ ମଧ୍ୟ ଏହି ସଂସ୍ଥା ଦ୍ୱାରା ସଂରକ୍ଷଣ ପାଇଁ ସହଯୋଗ କରିବା ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାରେ ଡିଏମଏଫ ଭଳି ପାଣ୍ଠି ଥିବା ବେଳେ ଏକ ସଂଗ୍ରହାଳୟ ନଥିବା ନେଇ କ୍ଷୋଭ ପ୍ରକାଶ ପାଇଛି । ତେଣୁ ଯଥାଶୀଘ୍ର ଜିଲ୍ଲାରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ବାହାର ସ୍ଥାନରେ ଥିବା ବିଭିନ୍ନ କିର୍ତ୍ତୀରାଜି ଆଣି ଏଠାରେ ସ୍ଥାପନ କରାଯିବାକୁ ଦାବି କରାଯାଇଛି । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଭାବେ ଅଜୟ ନାୟକଙ୍କୁ ଚୟନ କରାଯାଇଥିବା ବେଳେ ସମାଜସେବୀ ଧରିତ୍ରୀ ରାଉତଙ୍କୁ ମହିଳା ସଂଯୋଜକ ଭାବେ ଚୟନ କରାଯାଇଥିଲା । ଏହାସହ ସରିତା ଗୌତମ, ମୁରଲୀ ଶର୍ମା, ସତ୍ୟନାରାୟଣ ମିଶ୍ର, ସତ୍ୟ ପଣ୍ଡା, ଜ୍ଞାନ ରଞ୍ଜନ ମିଶ୍ର ଆଦିଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇଥିଲା । ଏହାପରେ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଶପଥ ପାଠ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.