ETV Bharat / state

ଗୋନାସିକା କେନ୍ଦୁଝର ମହୋତ୍ସବ ଉଦଘାଟିତ, ଋତୁରାଜଙ୍କ ଗୀତରେ ଝୁମିଲେ ଦର୍ଶକ

author img

By

Published : Dec 19, 2022, 7:02 AM IST

ଆରମ୍ଭ ହୋଇଛି ମହୋତ୍ସବ ଋତୁ । ଦୀର୍ଘ ଦୁଇ ବର୍ଷର କଟକଣା ପରେ ଆରମ୍ଭ ହେଲା ଗୋନାସିକା କେନ୍ଦୁଝର ମହୋତ୍ସବ । କଳାହାଣ୍ଡିର ଢୁମୁକା ଓ ଋତୁରାଜଙ୍କ ଗୀତରେ ଝୁମିଲେ ଦର୍ଶକ । ଅଧିକ ପଢ଼ନ୍ତୁ

gonasika keonjhar mahotsav
ଗୋନାସିକା କେନ୍ଦୁଝର ମହୋତ୍ସବ
ଉଦଘାଟିତ ହେଲା ଗୋନାସିକା କେନ୍ଦୁଝର ମହୋତ୍ସବ

କେନ୍ଦୁଝର: ଗତ ଦୁଇ ବର୍ଷ ଧରି କୋରୋନା କଟକଣା ଯୋଗୁଁ ସାମୁହିକ କାର୍ଯ୍ୟ ବନ୍ଦ ରହିଥିଲା । କଟକଣା ହଟିବାରୁ ସାଧାରଣ ଜନଜୀବନ ଧୀରେଧୀରେ ମୁଖ୍ୟ ସ୍ରୋତକୁ ଫେରିଛି । ଏହି କ୍ରମରେ କେନ୍ଦୁଝର ଜିଲ୍ଲାର ଲୋକ ମହୋତ୍ସବ ଗୋନାସିକା କେନ୍ଦୁଝର ମହୋତ୍ସବ ଆରମ୍ଭ ହୋଇଯାଇଛି । ସ୍ଥାନୀୟ କାଳି ପଡିଆରେ ରବିବାର ସନ୍ଧ୍ୟାରେ ମହୋତ୍ସବର ଉଦଘାଟନ ହୋଇଛି । ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ମହୋତ୍ସବର ଚାଲିବ ।

ଏହି ଅବସରରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ମଧ୍ୟ ଚାଲୁ ରହିବ । ଯାହା ଆସନ୍ତା ୨୫ ତାରିଖ ଶେଷ ହେବ । ଜିଲ୍ଲା ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ମହୋତ୍ସବ ଦ୍ୱାରା ଜିଲ୍ଲାର କଳା ପ୍ରଦର୍ଶନୀ ସହ ଏସଏଚଜି ମହିଳାଙ୍କ ବିକାଶର ରାସ୍ତା ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ବିଶେଷ ଧ୍ୟାନ ଦିଆଯାଇଥିଲା ବେଳେ ଅନ୍ୟ ରାଜ୍ୟର ଲୋକନୃତ୍ୟ ଓ ଓଲିଉଡ ତାରକାମାନେ ମଧ୍ୟ ଦର୍ଶକଙ୍କ ମନ ମୋହିବେ । ଓରମାସ ଦ୍ୱାରା ପରିଚାଳିତ ପଲ୍ଲୀଶ୍ରୀ ମେଳାରେ ବହୁ ଜାତୀୟ ସ୍ତରର ହସ୍ତତନ୍ତ କାରୁକାର୍ଯ୍ୟ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କ ପାଇଁ ଉପଲବ୍ଧ ହୋଇଛି ।

ମେଳାରେ ଦୁଇ ଶହରୁ ଊର୍ଦ୍ଧ୍ବ ଷ୍ଟଲର ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାପାର ହେବ ଜିଲ୍ଲା ପ୍ରଶାସନ ଆଶା ରଖିଛି । ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଓ ସମସ୍ତ ବିଧାୟକ ଉପସ୍ଥିତ ରହି ଜିଲ୍ଲାବାସୀଙ୍କୁ ଏକ ସୂତ୍ରରେ ବାନ୍ଧିବାର ଏକ ମାଧ୍ୟମ ଏହି ମଞ୍ଚ ବୋଲି ଅଭିହିତ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ ଉଦଘାଟନୀ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଏବଂ ଲୋକ ମହୋତ୍ସବରେ ସାମିଲ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀ ମେଳାର ଆନନ୍ଦ ନେବା ପାଇଁ ନିବେଦନ କରିଥିଲେ । ମହୋତ୍ସବର ପ୍ରଥମ ଦିନରେ ମଞ୍ଚରେ କଳାହାଣ୍ଡିର ଢୁମୁକା ନୃତ୍ୟର ତାଳ ଦର୍ଶକଙ୍କ ମନ ମୋହିଥିଲା । ସେହିଭଳି ପ୍ରସିଦ୍ଧ ଗାୟକ ଋତୁରାଜଙ୍କ ବଲିଉଡ ଗୀତରେ ଶୀତୁଆ ରାତିରେ ମଧ୍ୟ ବିଳମ୍ବିତ ସମୟ ଯାଏ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.