ETV Bharat / state

ଝାଡଖଣ୍ଡକୁ ହେଉଥିଲା ଚୋରା ଚାଲାଣ, ଦେଢ ଲକ୍ଷ ମୂଲ୍ୟର ପିଆଶାଳ କାଠ ଜବତ - ପିଆଶାଳ କାଠର ଚୋରା ଚାଲାଣ

ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ଚୋରା ପିଆଶାଳ କାଠ ବୋଝେଇ ପିକଅପ ଭ୍ୟାନ ଜବତ। କୋଇଡ଼ା ଅଞ୍ଚଳରୁ ପିକଅପ ଭ୍ୟାନରେ ମୂଲ୍ୟବାନ ପିଆଶାଳ କାଠ ବୋଝେଇ ହୋଇ ଝାଡ଼ଖଣ୍ଡର ମଝିଗାଁ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା ।

ଝାଡ଼ଖଣ୍ଡକୁ ଚୋରା ଚାଲାଣ ବେଳେ ଦେଢ ଲକ୍ଷର କାଠ ବୋଝେଇ ପିକଅପ ଭ୍ୟାନ ଜବତ

author img

By

Published : Jun 13, 2020, 9:08 PM IST

କେନ୍ଦୁଝର:ବଡ଼ବିଲ ରେଞ୍ଜ ଅଧିନସ୍ଥ ଏନଏଚ ୫୨୦ ଗୁଆଲି ନିକଟରୁ ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ଚୋରା ପିଆଶାଳ କାଠ ବୋଝେଇ ଏକ ପିକଅପ ଭ୍ୟାନକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଡ୍ରାଇଭରକୁ ଗିରଫ କରିଛି ବନ ବିଭାଗ ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରୁ ଜେଏଚ୍ ୦୫ ସିଏମ୍ ୮୪୧୦ ନମ୍ବର ପିକଅପ ଭ୍ୟାନରେ ମୂଲ୍ୟବାନ ପିଆଶାଳ କାଠ ବୋଝେଇ ହୋଇ ଝାଡ଼ଖଣ୍ଡର ମଝିଗାଁ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ବିଶ୍ବସ୍ଥ ସୁତ୍ରରୁ ଖବର ପାଇଥିଲା ବନବିଭାଗ । ସୂଚନାକୁ ଆଧାର କରି ବଡ଼ବିଲ ବାନାଞ୍ଚଳ ଅଧିକାରୀ ଅନ୍ୟ ବନ କର୍ମଚାରୀଙ୍କ ସହ ଗୁଆଲି ନିକଟରେ ଜଗି ରହିଥିଲେ ଏବଂ ପିକଅପ୍ ଭ୍ୟାନ ସେହି ବାଟ ଦେଇ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ, ଗାଡ଼ିକୁ ଧରିବାରେ ସକ୍ଷମ ହୋଇଥିଲେ ।

ଝାଡ଼ଖଣ୍ଡକୁ ଚୋରା ଚାଲାଣ ବେଳେ ଦେଢ ଲକ୍ଷର କାଠ ବୋଝେଇ ପିକଅପ ଭ୍ୟାନ ଜବତ

ଗାଡ଼ିରେ ସମୁଦାୟ ୧୫ ଖଣ୍ଡ ପିଆଶାଳ କାଠ ଗଣ୍ଡି ରହିଛି, ଯାହା ପାଖାପାଖି ୬୧ ଘନଫୁଟ ହେବ ବୋଲି ବନବିଭାଗ ସୂଚନା ଦେଇଛି । ଗିରଫ ପିକଅପ ଭ୍ୟାନ ଡ୍ରାଇଭର, ଏମ୍ ଡି ଇଶାକକୁ ଶନିବାର କୋର୍ଟ ଚାଲାଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.