ETV Bharat / state

ମାଙ୍କଡା ପଥର ଚାଲାଣ ବେଳେ ପୋଲିସର ଚଢାଉ, 5 ଗାଡି ଜବତ - ପାଞ୍ଚଟି ଗାଡି ଜବତ

ଆନନ୍ଦପୁରରେ ଚୋରାରେ ମାଙ୍କଡା ପଥର ଚାଲାଣ ବେଳେ ପୋଲିସ ଚଢାଉ କରି ପାଞ୍ଚଟି ଗାଡିକୁ ଜବତ କରିଛି । ଅଧିକ ପଢନ୍ତୁ...

ମାଙ୍କଡା ପଥର ଚାଲାଣ ବେଳେ ପୋଲିସର ଚଢାଉ,
ମାଙ୍କଡା ପଥର ଚାଲାଣ ବେଳେ ପୋଲିସର ଚଢାଉ,
author img

By

Published : Nov 16, 2020, 12:30 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବରେ ମାଙ୍କଡା ପଥର ଚାଲାଣ କାରବାର ବଢି ଚାଲିଥିଲା । ଏନେଇ ପୋଲିସ ଘଟଣାସ୍ଥଳରେ ଅଚାନକ ଚଢାଉ କରିଥିଲା । ଚଢାଉରେ ପାଞ୍ଚଟି ଟ୍ରାକ୍ଟର ସହ ଗୋଟିଏ ଜେସିବି ଜବତ ହୋଇଛି ।

ମାଙ୍କଡା ପଥର ଚାଲାଣ ବେଳେ ପୋଲିସର ଚଢାଉ

ବେଆଇନ ଭାବରେ ମାଙ୍କଡା ପଥର ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ପୋଲିସ ଚାଲାଣକାରୀଙ୍କୁ ଧରିବା ପାଇଁ କିଛି ଦିନ ଦେବ ଯୋଜନା କରୁଥିଲା । ତେବେ ରବିବାର ରାତିରେ ଆନନ୍ଦପୁର ଉପଖଣ୍ଡରେ ମାଙ୍କଡା ପଥର କାରବାରର ଖବର ପାଇଥିଲା ପୋଲିସ ।

ସୂଚନାକୁ ଆଧାର କରି ଘଷିପୁରା ପୋଲିସ ଓ ରାମଚନ୍ଦ୍ରପୁର ପୋଲିସ ମିଳିତ ଭାବରେ ରାତି ଅଧିଆ ଚଢ଼ଉ କରିଥିଲେ । ଚଢାଉ କରି ମାଙ୍କଡା ପଥର କାଟୁଥିବା ଗୋଟିଏ ଜେସିବି ସହିତ ୫ ଟି ଟ୍ରାକ୍ଟରକୁ ଜବତ କରିଛି ପୋଲିସ । ଚୋରା ଚାଲାଣକୁ ରୋକିବାରେ ପୋଲିସ ସଫଳ ହୋଇଛି । ପୋଲିସର ଏପରି କାମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

ଆନନ୍ଦପୁରରୁ ସ୍ମୁତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.