କେନ୍ଦୁଝର: ତେଲକୋଇ ସମାକୋଇ ନଦୀ ନିକଟରେ ବାଙ୍ଗଲାଦେଶୀ ମୁସଲିମଙ୍କ ଦ୍ବାରା ବେଆଇନ ଭାବେ ନିର୍ମିତ ମଦ୍ରାସାକୁ ସୋମବାର ଭାଙ୍ଗିଛି ପ୍ରଶାସନ ।
ଗତ ଏପ୍ରିଲ ମାସରେ ବେଆଇନ ଭାବେ ଜଙ୍ଗଲ କିସମ ଜମିରେ ରାତାରାତି ନିର୍ମିତ ହୋଇଥିଲା ଏହି ମଦ୍ରାସା । ତେବେ ଏହାକୁ ବିରୋଧ କରିବା ସହ ସେଠାରୁ ମଦ୍ରାସାକୁ ହଟାଇବା ପାଇଁ ତେଲକୋଇ ପ୍ରଗତିଶୀଳ ନାଗରିକ ମଞ୍ଚ ଅଭିଯୋଗ ଦାଖଲ କରିଥିଲା ।
ଦୀର୍ଘ 8 ମାସପରେ ପ୍ରଶାସନ ସୋମବାର ଉକ୍ତ ଜମିକୁ ନିଜ ଦଖଲକୁ ନେଇଛି । ଏହି ଅପରେସନରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ଉପସ୍ଥିତ ଥିଲେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ