ETV Bharat / state

ଝଗଡା ପରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

author img

By

Published : May 16, 2021, 1:10 PM IST

ହରିଚନ୍ଦନପୁର ଥାନା ଅଧିନସ୍ଥ ସତ୍ୟପାଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛନ୍ତି ସ୍ବାମୀ । ଅଧିକ ପଢନ୍ତୁ...

ରାତିରେ ଲାଗିଲେ ଝଗଡା, ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

କେନ୍ଦୁଝର: ହରିଚନ୍ଦନପୁର ଥାନା ଅଧିନସ୍ଥ ସତ୍ୟପାଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛନ୍ତି ସ୍ବାମୀ । ଗାଁର ବିମ୍ବାଧର ପାତ୍ର ସତ୍ୟପାଳ ଗ୍ରାମର ଗ୍ରାମଆରକ୍ଷୀ(ଚଉକିଆ) ଭାବେ କାର୍ଯ୍ୟ କରନ୍ତି । ସେ ଗତକାଲି ରାତି ତାଙ୍କ ନିଜ ସ୍ତ୍ରୀ ଦୁଃଖି ପାତ୍ରଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୁଚନାନୁଯାୟୀ, ଶନିବାର ରାତିରେ ଉଭୟ ସ୍ବାମୀ-ସ୍ତ୍ରୀ ଖାଇସାରି ଶୋଇଥିଲେ । ପରେ ପରେ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ରାତିରେ ବିମ୍ବାଧର ତାଙ୍କ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା । ସକାଳୁ ପଡୋଶୀ ଲୋକ ଦୁଃଖି ପାତ୍ରଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହରିଚନ୍ଦନପୁର ପୋଲିସ ଅଭିଯୁକ୍ତ ବିମ୍ବାଧରକୁ ଗିରଫ କରିବା ସହିତ ସମ୍ପୁର୍ଣ୍ଣ ଘଟଣାର ତଦନ୍ତ ଚଳାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.