ETV Bharat / state

ମୋରମ ଖଣି ନିଲାମକୁ ବିରୋଧ କରି ଧାରଣାରେ ଶତାଧିକ ଗ୍ରାମବାସୀ - moharam auction

ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲ ଅଧୀନ ଜେନାପଦା ଗାଁ ନିକଟରେ ହେବାକୁ ଥିବା ମୋରମ ଖଣି ନିଲାମକୁ ବିରୋଧ କରି ଶତାଧିକ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଅଧିକ ପଢନ୍ତୁ...

ମରୋମ ଖଣି ନିଲାମକୁ ବିରୋଧ କରି ଧାରଣାରେ ଶତାଧିକ ଗ୍ରାମବାସୀ

author img

By

Published : Feb 10, 2021, 1:59 PM IST

ଆନନ୍ଦପୁର: ପଥର ଖାଦାନ ନିଲାମକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲ ଅଧୀନ ଜେନାପଦା ଗାଁ ନିକଟରେ ହେବାକୁ ଥିବା ମୋରମ ଖଣି ନିଲାମକୁ ବିରୋଧ କରି ଶତାଧିକ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି।

ସମ୍ପୃକ୍ତ ଗ୍ରାମଟିର ପାର୍ଶ୍ଵ ଅଞ୍ଚଳ ଗୁଡିକୁ ପୂର୍ବରୁ ମୋରମ ଖଣି ଭାବେ ନିଲାମ ଦିଆଯାଉଥିବାରୁ ବିରାଟ ବଡ଼ ଗାଢ଼ ସୃଷ୍ଟି ହୋଇ ଅନେକ ଧନ ଜୀବନ ନଷ୍ଟ ହେଉଛି।

ମରୋମ ଖଣି ନିଲାମକୁ ବିରୋଧ କରି ଧାରଣାରେ ଶତାଧିକ ଗ୍ରାମବାସୀ

ତେଣୁ ତହସିଲ ପକ୍ଷରୁ ଯେଉଁ ନିଲାମ ହୋଇଛି ବା ହେବାକୁ ଅଛି ସେଗୁଡିକ ବାତିଲ କରିବା ପାଇଁ ଧାରଣା ଦିଆଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏପଟେ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହିତ ଆପୋଷ ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.