ETV Bharat / state

ଗୋହିରାବଣି ପାଇଁ ସାତସପନ ସରକାରୀ ଯୋଜନା, ବଇରୀ ସାଜିଛି ବୈତରଣୀ - Govt scheme did not reach in Gohirabani village

ପଞ୍ଚାୟତ ଓ ଗାଁ ମଝିରେ ରହିଛି ବୈତରଣୀ ନଦୀ । କୌଣସି ବି କାମ ପାଇଁ ଗ୍ରାମବାସୀଙ୍କୁ ମାଇଲ ମାଇଲ ରାସ୍ତା ଯିବାକୁ ପଡୁଛି । ସରକାରୀସ୍ତରରେ ଲୋକମାନଙ୍କର ବିକାଶକୁ ଲକ୍ଷ୍ୟ କରି ଯୋଜନା ପରେ ଯୋଜନାର ବ୍ୟବସ୍ଥା କରାଯାଉଛି ହେଲେ ଆଜି ପର୍ଯ୍ୟନ୍ତ ଗୋହିରାବଣି ଗ୍ରାମବାସୀ ପାଖରେ ପହଞ୍ଚିନି ବିକାଶ । ଅଧିକ ପଢନ୍ତୁ...

administration did not reach in Gohirabani village of ghasipura block
ଗୋହିରାବଣି ଗାଁ ଲୋକଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତସପନ
author img

By

Published : Oct 31, 2021, 6:27 PM IST

ଆନନ୍ଦପୁର: ଅପହଞ୍ଚ ଇଲାକାରେ ରହିଛି ଗାଁ । ଯୋଗାଯୋଗର ନାହିଁ କୌଣସି ବ୍ୟବସ୍ଥା । ପଞ୍ଚାୟତ ଓ ଗାଁ ମଝିରେ ରହିଛି ବୈତରଣୀ ନଦୀ । କୌଣସି କାର୍ଯ୍ୟ ପାଇଁ ହେଲେ ଗ୍ରାମବାସୀଙ୍କୁ ମାଇଲ ମାଇଲ ବାଟ ଦେଇ ଯିବାକୁ ପଡୁଛି । ସରକାରୀ ସ୍ତରରେ ଲୋକଙ୍କ ବିକାଶକୁ ଲକ୍ଷ୍ୟ କରି ଯୋଜନା ପରେ ଯୋଜନାର ବ୍ୟବସ୍ଥା କରାଯାଉଛି । ତେବେ ଏସବୁ ସରକାରୀ ଯୋଜନା ତୃଣମୂଳ ସ୍ତରରେ ଠିକ୍ କାର୍ଯ୍ୟକାରୀ ହେଉନି । ଏହିଭଳି ଏକ ଅବହେଳିତ ଗାଁ ହେଉଛି ଘସିପୁରା ବ୍ଲକ ବିରଗୋବିନ୍ଦପୁର ପଞ୍ଚାୟତର ଗୋହିରାବଣି ଗାଁ ।

ଗୋହିରାବଣି ଗାଁ ଲୋକଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତସପନ
ପଞ୍ଚାୟତର ଭୌଗୋଳିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କଲେ ଏହା ବିଚ୍ଛିନ୍ନାଞ୍ଚଳ ଭାବେ ପଡ଼ିରହିଛି । ପ୍ରଶାସନ ଅଧିକାରୀଙ୍କ ପାଦ କେବେବି ଏହି ଗାଁରେ ପଡିନି । ବୈତରଣୀ ନଦୀର ବାମପାର୍ଶ୍ବରେ ଏହି ଗାଁ ଆନନ୍ଦପୁର ବ୍ଲକ ଅଞ୍ଚଳକୁ ସଂଲଗ୍ନ କରି ରହିଛି । ଡାହାଣପାର୍ଶ୍ବରେ ରହିଛି ଘସିପୁରା ବ୍ଲକ । ସମ୍ପୃକ୍ତ ଗ୍ରାମର ଗୋହିରାବଣୀ ଗାଁ । ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ଦୀର୍ଘ ୧୫ରୁ ୨୦ କି.ମି. ଅତିକ୍ରମ କରି ନଦୀର ଅପରପାର୍ଶ୍ୱକୁ ଯିବାକୁ ପଡିଥାଏ । ବୈତରଣୀ ନଦୀ ପ୍ରବାହିତ ହେଉଥିବାରୁ ଗାଁ ଲୋକେ ଭତ୍ତା ଠାରୁ ଆରମ୍ଭ କରି ଆବାସ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନାରେ ,ପିଇବା ପାଣି ପାଇଁ ତିନି କିଲୋମିଟର ଚାଲି ଚାଲି ନଦୀରୁ ପାଣି ଆଣୁଛନ୍ତି । ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ୧୧ ଓ ୧୨ ୱାର୍ଡରେ ପାଖାପାଖି ୬୦୦ରୁ ଉର୍ଦ୍ଧ୍ୱ ଭୋଟର ତଥା ହଜାରରୁ ଅଧିକ ଲୋକ ବସବାସ କରୁଥିବାବେଳେ ସେମାନଙ୍କ ଠାରେ ସରକାରୀ ଯୋଜନା ସାତସପନ ପାଲଟିଛି ।ସେହିପରି କେତେକ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହୋଇ ନିର୍ଦ୍ଦିଷ୍ଟ ସମୟ ସୀମାରେ ଗୃହ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ବୋନସ ଅର୍ଥ ପାଇପାରି ନ ଥିବା ଅଭିଯୋଗ କରିଛନ୍ତି । ଏପରିକି ଗ୍ରାମବାସୀ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ରହିଥିବା ଅନଲାଇନ୍‌ ପଞ୍ଜିକରଣ ବ୍ୟବସ୍ଥା ସମ୍ପର୍କରେ ଠିକ ଭାବେ ଅବଗତ ନଥିବା ପ୍ରକାଶ କରିଛନ୍ତି । ରାସନ ସାମଗ୍ରୀ ପାଇବାକୁ ହେଲେ ନଦୀର ଅପରପାର୍ଶ୍ବରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଦୀର୍ଘ ୧୫ କି.ମି. ଅତିକ୍ରମ କରି ଯିବାକୁ ପଡୁଛି । ଅଟୋ ଯୋଗେ ଚାଉଳ ଯୋଗାଇ ଦିଆଗଲେ ହିତାଧିକାରୀଙ୍କୁ କିଲୋ ପିଛା ୨ଟଙ୍କା ଦେବାକୁ ପଡୁଛି । କିଲୋ ପିଛା ୧ ଟଙ୍କା ଚାଉଳ ବାବଦକୁ ଓ କିଲୋ ପିଛା ୧ ଟଙ୍କା ଭଡ଼ା ସୂତ୍ରରେ ଦେବାକୁ ପଡୁଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି ।

ସେହିପରି ଅନେକ ବିପିଏଲ ହିତାଧିକାରୀଙ୍କ ନାମ ରାଶନ୍‌ ତାଲିକାରୁ କଟାଯାଇଥିଲେ ମଧ୍ୟ ପୁନର୍ବାର ତାଲିକାଭୁକ୍ତ ହେବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଗୋହିରାବଣିର ସମସ୍ୟାକୁ ନେଇ ଆମେ ବିଡ଼ିଓଙ୍କୁ ଯୋଗା ଯୋଗ କରିଥିଲୁ ସେ କୌଣସି ପତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଗୋହିରାବଣି ଗାଁ ଲୋକଙ୍କ ପାଇଁ ସରକାରୀ ଯୋଜନା ସାତସପନ । ତେବେ ବୈତରଣୀ ବାଧାକୁ ଦୂର କରି କେବେ ପ୍ରଶାସନ ପହଞ୍ଚାଇବ ସହାୟତା ତାହା ସମୟ କହିବ ।

ଆନନ୍ଦପୁରୁର ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.