ETV Bharat / state

ଗୋନାସିକା କେନ୍ଦୁଝର ମହୋତ୍ସବ ଉଦଘାଟିତ, ମଣ୍ଟୁ ଛୁରୀଆ ଗୀତରେ ଝୁମିଲେ ଦର୍ଶକ - କେନ୍ଦୁଝରରେ ଜାତୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ

Gonasika Keonjhar Festival: କେନ୍ଦୁଝର ଷ୍ଟାଡିୟମ ଓ କାଳୀ ପଡ଼ିଆଠାରେ ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩ ରଙ୍ଗାରଙ୍ଗ କାଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହୋଇଛି । ଅଧିକ ପଢ଼ନ୍ତୁ

gonasika keonjhar festival
gonasika keonjhar festival
author img

By ETV Bharat Odisha Team

Published : Dec 19, 2023, 11:55 AM IST

gonasika keonjhar festival

କେନ୍ଦୁଝର: କେନ୍ଦୁଝର ଷ୍ଟାଡ଼ିୟମ୍ ଠାରେ 'ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩' ଓ ଜାତୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଓରମାସ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଓଡ଼ିଶା ସରକାରଙ୍କ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ।

ମନ୍ତ୍ରୀ ଗୋନାସିକାକୁ ଉଦ୍ଘାଟନ କରିବା ପରେ କେନ୍ଦୁଝରର ଆରାଧ୍ୟ ଦେବୀ ମା’ ତାରିଣୀ ଏବଂ ରାଷ୍ଟ୍ରଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିଥିଲେ । ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଆଶିଷ ଠାକରେ ସଭାପତିତ୍ୱ କରି ନିଜ ଅଭିଭାଷଣରେ ଏହି ମହୋତ୍ସବ କେନ୍ଦୁଝର ଜିଲ୍ଲାରେ ବିବିଧତା ମଧ୍ୟରେ ଏକତା ସୃଷ୍ଟି କରିପାରିଛି ବୋଲି କହିଥିଲେ । ଅତିଥିମାନେ କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ କଥା ମନେ ପକାଇବା ସହିତ ଜିଲ୍ଲାରେ ସମ୍ଭାବନର ସୁଯୋଗ ରହିଥିବା କଥା ବଖାଣି ଥିଲେ ।

ଏହା ମଧ୍ୟ ପଢନ୍ତୁୃ- ଆରମ୍ଭ ହେଲା ଜନଜାତି ସାଂସ୍କୃତିକ ମହୋତ୍ସବ, ଉତ୍ସବମୁଖର କନ୍ଧମାଳ

ଏହା ମଧ୍ୟ ପଢନ୍ତୁ- ଅଧର୍ମ ଉପରେ ଧର୍ମର ବିଜୟ, କଂସବଦ୍ଧ ପରେ ବୌଦ୍ଧ ଧନୁଯାତ୍ରା ଉଦଯାପିତ

ସେହିପରି ମୁଖ୍ୟ ଅତିଥି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତାଙ୍କର ଅଭିଭାଷଣ ମାଧ୍ୟମରେ କହିଥିଲେ ଆଜି ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ପାଇଁ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହିତ ମିଲେଟ ମିଶନ ପରି କୁଟୀର ଶିଳ୍ପ ମାଧ୍ୟମରେ ପ୍ରସ୍ତୁତ ଜିନିଷ ଆଜି ବିଶ୍ୱ ଦରବାରରେ ଚାହିଦା ବୃଦ୍ଧି କରିପାରୁଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସଞ୍ଜୀବ ବାରିକ୍ ମଞ୍ଚ ପରିଚାଳନା କରିଥିଲେ । ମହୋତ୍ସବର ପ୍ରଥମ ରାତିରେ ପ୍ରଥମେ ଭୁବେଶ୍ଵରରରୁ ଆସିଥିବା ତ୍ରିଧାରାର କଳାକାରଙ୍କ ଦ୍ଵାରା ଓଡ଼ିଶୀ ପରିବେଷଣ କରାଯାଇଥିଲା । ପରେ ମଣ୍ଟୁ ଛୁରୀଆ ଓ ବ୍ୟାଣ୍ଡ୍‌ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ଶିତୁଆ ରାତିରେ ବେଶ୍ ମଜା ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଧାୟକ ପାଟଣା ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି କେନ୍ଦୁଝର ଜଗନ୍ନାଥ ନାଏକ, ଅଧ୍ୟକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.