ETV Bharat / state

ଧୁମଧାମରେ ହେବ ଗୋନାସିକା କେନ୍ଦୁଝର ମହୋତ୍ସବ

author img

By

Published : Dec 16, 2022, 6:15 PM IST

ଆରମ୍ଭ ହେବାକୁ ଯାଉଛି କେନ୍ଦୁଝର ଗୋନାସିକା କେନ୍ଦୁଝର ମହୋତ୍ସବ । ଆସନ୍ତା 18 ତାରିଖରୁ ସ୍ଥାନୀୟ କାଳୀ ପଡିଆରେ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ଧୁମଧାମରେ ହେବ ଗୋନାସିକା କେନ୍ଦୁଝର ମହୋତ୍ସବ
ଧୁମଧାମରେ ହେବ ଗୋନାସିକା କେନ୍ଦୁଝର ମହୋତ୍ସବ
ଧୁମଧାମରେ ହେବ ଗୋନାସିକା କେନ୍ଦୁଝର ମହୋତ୍ସବ

କେନ୍ଦୁଝର: ଆରମ୍ଭ ହେବାକୁ ଯାଉଛି ଜିଲ୍ଲାର ଗୋନାସିକା କେନ୍ଦୁଝର ମହୋତ୍ସବ । ଏହା ଆସନ୍ତା 18 ତାରିଖରୁ ସ୍ଥାନୀୟ କାଳୀ ପଡିଆରେ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ତାସହିତ ଏଠାରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଆରମ୍ଭ ହେବ ଯାହା ୨୫ ତାରିଖରେ ଶେଷ ହେବ ।

ଗତ ଦୁଇ ବର୍ଷ ଧରି ସାରା ବିଶ୍ବ କୋରୋନା କଟକଣା ଯୋଗୁଁ ସାମୁହିକ କାର୍ଯ୍ୟ ବନ୍ଦ ରହିଥିଲା । ଏଥିପାଇଁ ଯାନୀଯାତ୍ରା ମହୋତ୍ସବ ଆଦି ବନ୍ଦ ହୋଇଯାଇଥିଲା । କୋରୋନା କଟକଣା ହଟିବାରୁ ସାଧାରଣ ଜୀବନ ଧୀରେଧୀରେ ମୁଖ୍ୟ ସ୍ରୋତକୁ ଫେରିଛି । ଏନେଇ ପାଳନ ହେବାକୁ ଯାଉଛି କେନ୍ଦୁଝର ମହୋତ୍ସବ । ଏହି ମହୋତ୍ସବର ଆୟୋଜନ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଶିଷ ଠାକରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।

ଚଳିତ ବର୍ଷ ମହୋତ୍ସବରେ ସ୍ଥାନୀୟ କଳାକାରଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ । ଅନ୍ୟ ରାଜ୍ୟର ଲୋକନୃତ୍ୟ ଓ ଓଲିଉଡ ତାରକାମାନେ ମଧ୍ୟ ଦର୍ଶକଙ୍କ ମନ ମୋହିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଓରମାସ ଦ୍ବାରା ପରିଚାଳିତ ପଲ୍ଲିଶ୍ରୀ ମେଳାରେ ବହୁ ଜାତୀୟ ସ୍ତରର ହସ୍ତତନ୍ତ କାରୁକାର୍ଯ୍ୟ ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏହି ପଲ୍ଲୀଶ୍ରୀ ମେଳାରେ ଦୁଇ ଶହରୁ ଊର୍ଦ୍ଧ୍ବ ଷ୍ଟଲର ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ 2 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାପାର ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଲୋକ ମହୋତ୍ସବରେ ସାମିଲ ହୋଇ ଜିଲ୍ଲାବାସୀଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀ ମେଳାର ଆନନ୍ଦ ନେବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.