ETV Bharat / state

ଖୋଲିବ ମା' ତାରିଣୀଙ୍କ ମନ୍ଦିର, ଗାଇଡ଼ଲାଇନ ଜାରି କଲା ମନ୍ଦିର ପ୍ରଶାସନ - Maa Tarini's temple to open

କୋରୋନା ମହାମାରୀକୁ ନେଇ ବିଭିନ୍ନ ଅନୁଷ୍ଠାନ ଓ ଧର୍ମାନୁଷ୍ଠାନ ଗୁଡିକରେ କଟକଣା ଜାରି କରାଯାଇଥିଲା । କିନ୍ତୁ ଏହା କୋହଳ ହେବା ପରେ କୋଭିଡ଼ କଟକଣା ମଧ୍ୟରେ ଖୋଲାଯାଇଛି । ଅଧିକ ପଢନ୍ତୁ...

ଖୋଲିବ ମା' ତାରିଣୀଙ୍କ ମନ୍ଦିର, ଗାଇଡ଼ ଲାଇନ ଜାରି କଲା ମନ୍ଦିର ପ୍ରଶାସନ

author img

By

Published : Jan 17, 2021, 7:40 AM IST

Updated : Jan 17, 2021, 7:53 AM IST

କେନ୍ଦୁଝର:କୋରୋନା ମହାମାରୀକୁ ନେଇ ବିଭିନ୍ନ ଅନୁଷ୍ଠାନ ଓ ଧର୍ମାନୁଷ୍ଠାନ ଗୁଡିକରେ କଟକଣା ଜାରି କରାଯାଇଥିଲା । କିନ୍ତୁ ଏହା କୋହଳ ହେବା ପରେ କୋଭିଡ଼ କଟକଣା ମଧ୍ୟରେ ଖୋଲାଯାଇଛି । ଜାନୁୟାରୀ ମାସ ଗାଇଡ଼ଲାଇନ ଅନୁସାରେ କେନ୍ଦୁଝର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲା ଯାଇଥିଲେ ମଧ୍ୟ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରିଣୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଥିଲା । ଆସନ୍ତା ୧୮ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଜିଲ୍ଲା ପ୍ରଶାସନ ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ଏହି ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଆଜି ଗାଇଡ଼ ଲାଇନ ଜାରି କରିଛନ୍ତି ।

ଖୋଲିବ ମା' ତାରିଣୀଙ୍କ ମନ୍ଦିର, ଗାଇଡ଼ଲାଇନ ଜାରି କଲା ମନ୍ଦିର ପ୍ରଶାସନ

ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ ସମୟରେ ମାସ୍କ ଓ ସାମାଜିକ ଦୂରତାକୁ ପ୍ରଧାନ୍ୟ ଦେବାକୁ ଗାଇଡ଼ ଲାଇନରେ ଦର୍ଶାଯାଇଛି । ସକାଳ ଆଳତି ପରେ ସାଧାରଣ ଦର୍ଶନ ୮ ରୁ ଆରମ୍ଭ ହୋଇ ଦିନ ୧୨.୩୦ ଓ ଅପରାହ୍ନ ରେ ୪.୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କେବଳ ଦର୍ଶନ ହେବା ସହ ଭକ୍ତ ଭୋଗ ଅର୍ପଣ କରି ପାରିବେ ନାହିଁ ବୋଲି ଗାଇଡ ଲାଇନରେ ସୂଚନା ଦିଆଯାଇଛି ।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ଗୁଡିକ ବଳବତ୍ତର ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମନ୍ଦିର ଖୋଲିବା ନେଇ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jan 17, 2021, 7:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.