କେନ୍ଦୁଝର: ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ଭଦ୍ରାସାହି ଗ୍ରାମରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶରୁ ଆସି ଭଦ୍ରାସାହିରେ ଭଡା ଘରେ ରହୁଥିବା ଜଣେ ଟ୍ରକ୍ ଡ୍ରାଇଭରଙ୍କ ତାଙ୍କ ପତ୍ନୀଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା । ଏନେଇ ମହିଳା ଜଣକ ଉତ୍ୟକ୍ତ ହୋଇ ଘରୁ ପଳାଇ ଆସିଥିଲେ । ବାଟରେ ଯାଉଥିବା ସମୟରେ ରୋଇଡା ଛକ ନିକଟରେ ଦୁଇ ଜଣ ହାଇୱା ଡ୍ରାଇଭର ଖୁଦାବକ୍ସ ଅନସାରୀ ଏବଂ ମହମ୍ମଦ ନାସିର ତାଙ୍କୁ ଲିଫ୍ଟ ଦେଇଥିଲେ ।
ଏହାପରେ ଦୁଇ ଡ୍ରାଇଭର ଉକ୍ତ ଟ୍ରକରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିବା ସହିତ ତାଙ୍କୁ ଘରକୁ ଆଣି ତିନି ଦିନ ଦୁଷ୍କର୍ମ କରିଥିଲେ । ପିଡିତା ଜଣଙ୍କ ରବିବାର କୌଶଳ କ୍ରମେ ସେଠାରୁ ଖସି ଆସି ନିଜ ସ୍ବାମୀଙ୍କ ସହ ବଡ଼ବିଲ ଥାନାର ଦ୍ବାରସ୍ଥ ହୋଇଥିଲେ ।
ବଡ଼ବିଲ ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ସହିତ ଟ୍ରକଟିକୁ ଜବତ କରିଛନ୍ତି । ବଡ଼ବିଲ ପୋଲିସ ପିଡିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ