ETV Bharat / state

ପେନସନ ଟଙ୍କାରେ ନିର୍ମିତ ପୋଲ ଲୋକାର୍ପିତ - Gangadhar rout

ପରିବାର ଲୋକଙ୍କ କାର ଚଢ଼ିବା ସ୍ବପ୍ନ ସିନା ପୁରା ହେଲାନି, ହେଲେ ସେହି ଟଙ୍କାରେ ୩ଟି ପଞ୍ଚାୟତର ଲୋକଙ୍କର ବହୁ ଦିନର ଆଶା ପୁରଣ ହେଲା । ନିଜ ପେନସନ ଟଙ୍କାରୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ସାରା ଓଡିଶାରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗଙ୍ଗାଧର ରାଉତ ।

gangadhar-rout-made-a-bridge-in-his-pension-money-for-the-people-of-the-village
ପେନସନ ଟଙ୍କାରେ ନିର୍ମିତ ପୋଲ ଲୋକର୍ପିତ
author img

By

Published : May 23, 2020, 4:31 PM IST

ଆନନ୍ଦପୁର: ଆଜିର ସ୍ବାର୍ଥପର ଦୁନିଆରେ ଲୋକମାନେ ନିଜ ସ୍ବାର୍ଥ ବ୍ୟତୀତ ଅନ୍ୟ କିଛି କରୁ ନଥିବା ବେଳେ ଜଣେ ସାଧାରଣ ଲୋକ ହୋଇ ଗୋଟିଏ ଅଞ୍ଚଳର ଲୋକଙ୍କ ଯାତାୟତ ପାଇଁ ଯେ ପୋଲଟିଏ ନିର୍ମାଣ କରିବେ ତାହା କେବେ ବିଶ୍ବାସ ହେଉନି । ପରିବାର ଲୋକଙ୍କ କାର କିଣିବା ପାଇଁ ଚାହିଁ ବସିଥିବା ବେଳେ କାର ନ କିଣି ସେହି ଟଙ୍କାରେ ନିର୍ମାଣ କଲେ ପୋଲ ।

ପେନସନ ଟଙ୍କାରେ ନିର୍ମିତ ପୋଲ ଲୋକର୍ପିତ

ପରିବାର ଲୋକଙ୍କ କାର ଚଢ଼ିବା ସ୍ବପ୍ନ ସିନା ପୁରା ହେଲାନି, ହେଲେ ସେହି ଟଙ୍କାରେ ୩ଟି ପଞ୍ଚାୟତର ଲୋକଙ୍କର ବହୁ ଦିନର ଆଶା ପୁରଣ ହେଲା । ନିଜ ପେନସନ ଟଙ୍କାରୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ସାରା ଓଡିଶାରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗଙ୍ଗାଧର ରାଉତ । ଆଜି ପିଉସା ପୁତୁରା ସେତୁକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । କାର କିଣିବାକୁ ସଞ୍ଚିତ କରିଥିବା ପେନସନ ଟଙ୍କାକୁ ଏହି ପୋଲ ତିଆରିରେ ଖର୍ଚ୍ଚକରି ଆଜି ନିଜ ବାପାଙ୍କ ପରବାସୀ ରାଉତ ଓ ଭାଇ ପ୍ରାଣବନ୍ଧୁ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରି ସମଗ୍ର ରାଜ୍ୟରେ ଉଦାହରଣ ପାଲଟିଛନ୍ତି ।

ଗାଁରୁ ନଦୀର ଅପରପାଶ୍ୱର୍କୁ ଯାଇପାରୁ ନଥିବା ଗାଁ ଲୋକମାନେ ତଥା ନଦୀର ଆରପଟେ ଥିବା ୩ଟି ପଞ୍ଚାୟତର ଲୋକଙ୍କ ଯାତାୟତ ପାଇଁ ଏବେ ଏହି ପୋଲ ହିଁ ଏକମାତ୍ର ମାଧ୍ୟମ । ଏହି ପୋଲ ସମ୍ପୁର୍ଣ୍ଣ ଦ୍ବାରା କାନପୁର, ମରଚାଇପଦା, ନିଉଦାନି, ଦନେଇପୁର, ପଢ଼ିଆରିପଲ୍ଲୀ ଆଦି ଗ୍ରାମର ଲୋକମାନେ ସହଜରେ ନଦୀର ଅପର ପାର୍ଶ୍ବକୁ ଯାତାୟତ କରିପାରିବେ ଓ ଚାଷୀମାନେ ନଦୀର ଅପର ପାର୍ଶ୍ବରେ ଥିବା ଚାଷ ଜମିକୁ ହଳବଳଦ ଧରି ଯାତାୟତ କରିପାରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି ।

ଗଙ୍ଗାଧର ରାଉତ ଜଣେ ପ୍ରାଣୀଧନ ନରୀକ୍ଷକ ଭାବେ କାର୍ଯ୍ୟକରି ସରକାରୀ ଚାକିରରୁ ୨୦୧୬ ରେ ଅବସର ନେଇଥିଲେ । ସାଳନ୍ଦୀ ନଦୀର ଗୋଟିଏ ପଟେ କାନପୁର ଗାଁ ଥିବାବେଳେ ଅପର ପାର୍ଶ୍ବରେ ସେମାନଙ୍କ ତୋଟା, ବାଡି, ଚାଷଜମି । ନଦୀରେ ପୋଲ ନଥିବାରୁ ଲୋକମାନେ ନାନା ହଇରାଣ ହେଉଥିଲେ । ଚାଷବାସ ବି ଠିକ ଭାବେ କରିପାରୁ ନଥିଲେ । ଅପରପଟେ ଥିବା ପଢ଼ିଆରିପଲ୍ଲୀ, ଧନୁର୍ଜୟପୁର, ବାଙ୍ଗୋର ଆଦି ପଞ୍ଚାୟତର ଲୋକମାନେ ମଧ୍ୟ ନଦୀ ଏପଟକୁ ଆସିପାରୁ ନଥିଲେ ।

ଅବସର ଟଙ୍କାରେ କାରକିଣିବାକୁ ପରିବାର ଲୋକେ କହୁଥିବାବେଳେ ଗଙ୍ଗାଧର କାର କିଣିବା ପରିବର୍ତ୍ତେ ଜନସାଧାରଣଙ୍କ ସୁବିଧା ପାଇଁ ସାଳନ୍ଦୀ ନଦୀ ଉପରେ ୨୭୦ଫୁଟ ଲମ୍ବ ଓ ୧୦ଫୁଟର ପୋଲ ନିର୍ମାଣ କରିଛନ୍ତି । ଯେଉଁଥିରେ ସେ ୧୮ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି । ଏଥିପାଇଁ ତାଙ୍କୁ କାନପୁରର ଗୋପବନ୍ଧୁ ଆଖ୍ୟା ଦିଆଯାଇଥିବାବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କ ପ୍ରତିକ୍ରୀୟାରେ ସେ କହିଛନ୍ତି ଯେ କାର ଟିଏ କିଣିଥିଲେ ପରିବାର ଲୋକ ଚଢ଼ିଥାନ୍ତୁ କିନ୍ତୁ ଏଥିରେ ତିନୋଟି ପଞ୍ଚାୟତର ଲୋକ ଚଢ଼ି ଯିବା ଆସିବା କରିବେ । ମିଶୁମୋର ଦେହ ଏଦେଶ ମାଟିରେ ଦେଶବାସି ଚାଲି ଯାଆନ୍ତୁ ପିଠିରେ ବୋଲି ସେ କହିଛନ୍ତି । ତେବେ ଗଙ୍ଗାଧରଙ୍କ ଭଳି ମହତ ଉଦେଶ୍ୟ ରଖୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପଲଟିବେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.