କେନ୍ଦୁଝର : ଜିଲ୍ଲାର ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଅନନ୍ତ ନାଏକଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଆଦିବାସୀ ମନ୍ତ୍ରାଳୟର କମିଶନ ର ନୂତନ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

ଅନନ୍ତ ନାଏକ କେନ୍ଦୁଝର ଜିଲ୍ଲାରୁ ଦୁଇ ଥର ସାଂସଦ ଭାବେ ନିର୍ଵାଚିତ ହୋଇଥିଲେ । ଅନନ୍ତ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଓ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଦାୟିତ୍ବ ସୂଚାରୁ ରୂପେ ତୁଲାଇ ସାରିଛନ୍ତି ।

ଅନନ୍ତ ନାଏକଙ୍କୁ ଏହି ଦାୟିତ୍ବ ପାଇବା ପରେ ବର୍ତ୍ତମାନ ଅନୁସୂଚିତ ଜନଜାତି ମଧ୍ୟରେ ଥିବା ବିଭେଦଙ୍କୁ ସରକାରଙ୍କ ନିକଟରେ ରଖି ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ବରିଷ୍ଠ ନେତାଙ୍କୁ ଦାଇତ୍ତ୍ୱ ମିଳିବା ପରେ କେନ୍ଦୁଝର ବିଜେପିରେ ଖୁସିର ଲହରୀ ଖେଳିଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ