ETV Bharat / state

କେନ୍ଦୁଝରରେ ଆୟତ୍ତକୁ ଆସୁନି ଜଙ୍ଗଲ ନିଆଁ, ଜନବସତି ମୁହାଁ ଜୀବଜନ୍ତୁ - କେନ୍ଦୁଝର ଜିଲ୍ଲା ଖବର

ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁରେ ଅସ୍ତବ୍ୟସ୍ତ କେନ୍ଦୁଝର ବାସୀ । ଅଧିକ ପଢନ୍ତୁ....

କେନ୍ଦୁଝରରେ ଆୟତକୁ ଆସୁନି ଜଙ୍ଗଲ ନିଆଁ , ଜନବସତି ମୁହାଁ ହେଲେଣି ଜୀବଯନ୍ତୁ

author img

By

Published : Mar 31, 2021, 7:07 PM IST

କେନ୍ଦୁଝର: ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ମୟୁରଭଞ୍ଜର ଶିମିଳିପାଳ ଜଙ୍ଗଲରୁ ଆରମ୍ଭ କରି ସାରା ରାଜ୍ୟର ଜଙ୍ଗଲରେ ନିଆଁ ଲାଗିଥିବାବେଳେ କେନ୍ଦୁଝର ଜିଲ୍ଲାର ଜଙ୍ଗଲ ମଧ୍ୟ ଏହି ସଙ୍କଟରୁ ବାଦ ପଡିନି । ଜିଲ୍ଲାର ବିଭିନ୍ନ ରେଞ୍ଜରେ ଲାଗିଥିବା ନିଆଁ ଆୟତକୁ ନଆସିବାରୁ ଉତ୍କଟ ପରିସ୍ଥିତି ସୃଷ୍ଟି ହେଲାଣି ।

କେନ୍ଦୁଝରରେ ଆୟତକୁ ଆସୁନି ଜଙ୍ଗଲ ନିଆଁ , ଜନବସତି ମୁହାଁ ହେଲେଣି ଜୀବଯନ୍ତୁ

ଗତ କିଛି ଦିନ ହେବ ଭୁଆଁ ଜୁଆଙ୍ଗ ପିଢ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତକୁ ଆସିପାରୁନାହିଁ । ଫଳରେ ସବୁଠି ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ପ୍ରଭାବରେ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଲେଣି । ଅନ୍ୟପଟେ ସ୍ଥାନୀୟ ଆଦିବାସୀ ଲୋକ ଏହି ନିଆଁ ଲଗାଉଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ନିଆଁଲିଭା କାର୍ଯ୍ୟ ଜାରି ରହିଥିବା କହିଛନ୍ତି ରେଞ୍ଜର । ବହୁ ଅଞ୍ଚଳ ଅଣ ଜଙ୍ଗଲ ହୋଇଥିବାରୁ ଏହି ନିଆଁ ଲିଭାଇବାରେ ଅସୁବିଧା ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି ରେଞ୍ଜର ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.