ETV Bharat / state

ଜଳୁଛି ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ - କେନ୍ଦୁଝର ଜଙ୍ଗଲରେ ନିଆଁ

କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଙ୍ଗଲରେ ନିଆଁ ଲାଗିଛି । ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ କରଦାଙ୍ଗି ଗାଁ ନିକଟ ମାଙ୍କଡଛୁଆ ଜଙ୍ଗଲରେ ହୁତୁ ହୁତୁ ହୋଇ ନିଆଁ ଜଳିବା ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଅଧିକ ପଢନ୍ତୁ

କେନ୍ଦୁଝର ତେଲକୋଇ ଜଙ୍ଗଲରେ ନିଆଁ, ବନ୍ୟଯନ୍ତୁ ଗାଁ ମୁହାଁ

author img

By

Published : Mar 9, 2022, 1:27 PM IST

କେନ୍ଦୁଝର: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ଆଉ ସଙ୍କଟରେ ବନ୍ୟଜନ୍ତୁ । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ କରଦାଙ୍ଗି ଗାଁ ଘୋଡାବେଡା ସାହି ନିକଟ ମାଙ୍କଡଚୁଆ ଜଙ୍ଗଲ ୪ ଦିନ ହେଲା ଜଳୁଛି । ମନୁଷ୍ୟକୃତ ଏହି ନିଆଁରେ ଜଙ୍ଗଲ ସମ୍ପଦ ପୋଡ଼ି ଜଳି ପାଉଁଶ ହୋଇଯାଇଛି । ସଂଧ୍ୟା ହେଲେ ନିଆଁର ପ୍ରକୋପ ଧିରେ ବଢ଼ିବାରେ ଲାଗୁଛି ।

କେନ୍ଦୁଝର ତେଲକୋଇ ଜଙ୍ଗଲରେ ନିଆଁ, ବନ୍ୟଯନ୍ତୁ ଗାଁ ମୁହାଁ

ଏହିପରି ଜଙ୍ଗଲ ନିଆଁ ଲାଗିବା ଫଳରେ ମୂଲ୍ୟବାନ ଶାଳ, ପିଆଶାଳ, ଶାଗୁଆନ,ଶିଶୁ, ବର,ବାଉଁଶ, କଶି, ଆଦି ଗଛ,ଲତା ଆଦି ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ଜଙ୍ଗଲରେ ଥିବା ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି । ଫଳରେ ହରିଣ, କୁଟୁରା ଭଳି ବନ୍ୟଜନ୍ତୁ ଶିକାରୀ କୁକୁରଙ୍କ ହାବୁଡରେ ପଡି ପ୍ରାଣ ହରାଇବା ସମ୍ଭାବନା ଦେଖାଦେଇଛି । ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗର ଉଦ୍ୟମ ଜାରି ରହିଛି । ଖରା ଦିନ ଆରମ୍ଭ ନ ହେଉଣୁ ତେଲକୋଇ ଭଳି ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳରେ ନିଆଁ ଲାଗିବା ଆରମ୍ଭ ବନ ବିଭାଗ ସତର୍କ ନରହିଲେ ଆଗକୁ ବିପଦ ସୃଷ୍ଟି କରିବା ସମ୍ଭାବନା ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.