କେନ୍ଦୁଝର: ହୁତୁ ହୁତୁ ହୋଇ ଜଳିଗଲା ବାର ଚକିଆ ଟ୍ରକ୍। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଯୋଡ଼ା ବ୍ଳକ ଅନ୍ତର୍ଗତ ବାମେବାରୀର ବି ପ୍ଲଟ ତାରିଣୀ ମନ୍ଦିର ପାଖରେ।
ସୂଚନା ଥାଉକି, ଜଳିବାହାଳ ପଟ୍ଟନାୟକ ମିନେରାଲ ଖଣି ରୁ ଆଇରନ୍ ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ଯାଇଥିଲା । ଫଳରେ ହଠାତ୍ ଆପେ ଆପେ ଇଞ୍ଜିନ୍ ରେ ନିଆଁ ଜଳି ଉଠିଥିଲା।
ଘଟଣା ପରେ ଡ୍ରାଇଭର ଅଳ୍ପକେ ବର୍ତ୍ତିବା ସହ ଭୟରେ ସେଠାରୁ ଫେରାର ହୋଇଯାଇଥିଲା । ବାମେବାରୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ନିଆଁ ଲିଭାଇ ଘଟଣାର ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ