ETV Bharat / state

ପ୍ରେମ ବିବାହକୁ ବିରୋଧ, ଗୁଣ୍ଡା ଲଗାଇ ଝିଅକୁ ଉଠାଇ ନେଲେ ବାପଘର - ଶ୍ବଶୁର ଘରୁ ଗୁଣ୍ଡାଲଗାଇ ଝିଅକୁ ଉଠାଇ ନେଲେ ବାପଘର ଲୋକେ

ଶାଶୁ ଘରୁ ବୋହୂକୁ ଉଠାକୁ ନେବା ସହ ପରିବାର ଲୋକଙ୍କ ଉପରେ ଆକ୍ରମଣ । ଘରୁ ଲୁଚି ପ୍ରେମ ବିବାହ କରିଥିବାରୁ ବାପଘର ଲୋକେ ଏପରି କାଣ୍ଡ ଭିଆଇଥିବା ଶାଶୁ ଘର ଲୋକଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

ପ୍ରେମ ବିବାହକୁ ବାପଘର ଲୋକଙ୍କ ବିରୋଧ, ଗୁଣ୍ଡା ଲଗାଇ ଶ୍ଵଶୁର ଘର ଲୋକଙ୍କୁ ମାଡମାରି ଝିଅକୁ ଉଠାଇ ନେଲେ

author img

By

Published : Jun 5, 2021, 12:12 PM IST

Updated : Jun 5, 2021, 12:19 PM IST

ଆନନ୍ଦପୁର: ପ୍ରେମ ବିବାହ କରି ପ୍ରାୟ ଦୁଇମାସ ହେବ ସ୍ବାମୀ ସହ ଶାଶୁଘରେ ରହୁଥିବା ଝିଅକୁ ଗୁଣ୍ଡା ଲଗାଇ ଉଠାଇ ନେଇଛନ୍ତି ବାପଘର ଲୋକେ । ଝିଅକୁ ଉଠାଇ ନେବା ସମୟରେ ଶାଶୁ, ଶ୍ବଶୁର, ସ୍ବାମୀ ଓ ନଣନ୍ଦଙ୍କୁ ନିର୍ଧୁମ ମାଡମରା ଯାଇଥିବା ଅଭିଯୋଗ ହୋଇଛି ।

ପ୍ରେମ ବିବାହକୁ ବିରୋଧ, ଗୁଣ୍ଡା ଲଗାଇ ଝିଅକୁ ଉଠାଇ ନେଲେ ବାପଘର

ତେବେ ଏହିସମୟରେ ବୋହୂକୁ ଉଠାଇ ନେବାପରେ ଜଣେ ଗୁଣ୍ଡାକୁ କାବୁକରି ପୋଲିସକୁ ହସ୍ତାନ୍ତର କରିଛନ୍ତି ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନ ନାରଙ୍ଗପୁର ଗାଁରେ । ଗାଁର ଦିଲ୍ଲୀପ କୁମାର ପରିଡାଙ୍କ ପୁଅ ସମ୍ବିତ ଅନୁଗୋଳ ଥାନା ଅମଲାପଡା ଅଞ୍ଚଳର ଅଶୋକ ବେହେରାଙ୍କ ଝିଅ ଜ୍ୟୋତିଙ୍କୁ ଭଲ ପାଉଥିଲେ । କିଛିଦିନ ତଳେ ଜ୍ୟୋତି ସମ୍ବିତଙ୍କ ସହ ଘରୁ ପଳାଇ ଆସି ବିବାହ କରି ଶାଶୁଘରେ ରହୁଥିଲେ । ହେଲେ ଜ୍ଯୋତିଙ୍କ ବାପଘର ଲୋକେ ଏହି ବାହାଘରରେ ରାଜି ନଥିବାରୁ ବାରମ୍ବାର ଝିଅକୁ ନେଇଯିବାର ଧମକ ଦେଉଥିଲେ ।

ଗତକାଲି(ଶୁକ୍ରବାର) ଜ୍ୟୋତିର ଭାଇ ଦିଲ୍ଲୀପ୍ ବେହେରା ଦୁଇଟି ଗାଡିରେ ଗୁଣ୍ଡା ଆଣି ସମ୍ବିତଙ୍କ ଘରେ ପଶି ଜୋର୍ ଜବରଦସ୍ତ ଭଉଣୀକୁ ଉଠାଇନେବା ସହ ସମ୍ବିତ୍‌ଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଘଷିପୁରା ପୋଲିସ୍ ନିକଟରେ ଲିଖିତ ଅଭିଯୋଗ ଏବଂ ଅଟକ ଅଭିଯୁକ୍ତର ବୟାନକୁ ଆଧାର କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Jun 5, 2021, 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.