କେନ୍ଦୁଝର: ଧାନବିକ୍ରି ସମସ୍ୟା ନେଇ କୃଷକ ସଙ୍ଗଠନର ବିକ୍ଷୋଭ । କେନ୍ଦୁଝର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଫେବୃଆରୀ ମାସ ଶେଷ ହୋଇଯାଇଥିଲେ ହେଁ ବିଭିନ୍ନ ମଣ୍ଡିରୁ ଚାଷୀଙ୍କ ଧାନ ଉଠି ପାରୁନାହିଁ । ଟୋକାନ ଲାପ୍ସ ହୋଇଯାଉଥିଲେ ହେଁ ମାସ ଅଭାବରୁ ମଣ୍ଡି ଗୁଡିକରୁ ଚାଷୀଙ୍କ ଧାନ କିଣା ଯାଇପାରୁନାହିଁ । ଏନେଇ ବହୁ ଲ୍ୟାମ୍ପର ଚାଷୀ ଯୋଗାଣ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି । ଏହି ଚାଷୀଙ୍କ ସମସ୍ୟା ନେଇ ସାମ୍ନାକୁ ଆସିଛି ନବ ନିର୍ମାଣ କୃଷକ ସଂଗଠନ । ସଂଗଠନର ଶତାଧିକ କର୍ମୀ ଚାଷୀଙ୍କ ସହ ମିଶି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀଙ୍କ ଧାନ ଯଥାଶୀଘ୍ର କିଣିବାକୁ ଦାବି କରିଛି ସଂଗଠନ । ଯଥାଶୀଘ୍ର ଚାଷୀଙ୍କ ଏହି ସମସ୍ୟା ସମାଧାନ ନକଲେ ଆଗାମୀ ଦିନରେ ଜିଲ୍ଲାରୁ ପରିବହନକୁ ବନ୍ଦ କରିବା ସହ ବିଧାନସଭାକୁ ଅଚଳ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ