ETV Bharat / state

ଟୋକେନ ଅଚଳ ଅଭିଯୋଗରେ କେନ୍ଦୁଝରରେ ଚାଷୀ ଆନ୍ଦୋଳନ - କେନ୍ଦୁଝରରେ ଚାଷୀ ଆନ୍ଦୋଳନ

ଟୋକେନ ଅଚଳ ନେଇ ତାତିଲେ ଚାଷୀ, ରାଜପଥ ବନ୍ଦ ସହ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ । ଅଧିକ ପଢନ୍ତୁ...

ଟୋକାନ ଲାପ୍ସ ଅଭିଯୋଗରେ କେନ୍ଦୁଝରରେ ଚାଷୀ ଆନ୍ଦୋଳନ

author img

By

Published : Feb 17, 2021, 7:59 PM IST

କେନ୍ଦୁଝର: ପୁଣି ତାତିଲେ ଚାଷୀ । କେନ୍ଦୁଝର ଜିଲ୍ଲା 49 ନଂ ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ଠାରେ ଧାନବସ୍ତା ରଖି ରାସ୍ତାରୋକ କରିଛନ୍ତି ଚାଷୀ । ଏଥିସହ ବେସାମରିକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି ।

ଟୋକାନ ଲାପ୍ସ ଅଭିଯୋଗରେ କେନ୍ଦୁଝରରେ ଚାଷୀ ଆନ୍ଦୋଳନ

ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ଗତ କିଛିଦିନ ଧରି ଚାଷୀକୁଳ ହତାଶ ହେବା ସହ ବିଭିନ୍ନ ଲ୍ୟାମ୍ପ ସମ୍ମୁଖରେ ଧାରଣା ଦେଉଛନ୍ତି । ଧାନ ଉତ୍ପାଦନ ପରେ ସରକାରୀ ଟୋକାନ ପାଇ ମଧ୍ୟ ଧାନ ବିକ୍ରି କରି ପାରୁନଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । ଏନେଇ ବାରମ୍ବାର ଯୋଗାଣ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଚାଷୀ କହିଛନ୍ତି । ଫଳରେ ଆଜି(ବୁଧବାର) ଟୋକାନ ଲାପ୍ସ ନେଇ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ସହ ଅପରାହ୍ନରେ ୪୯ ନଂ ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଏନେଇ ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ଏହାକୁ ତୀବ୍ରତର କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.