ETV Bharat / state

ମଣ୍ଡିରେ ଧାନ ବିକ୍ରି ନହେବାରୁ ଅସନ୍ତୁଷ୍ଟ ଚାଷୀ

ଶାଳଦେଇ ପଞ୍ଚାୟତ ସମବାୟ ସମିତିରେ 30ଜଣ ଚାଷୀଙ୍କୁ ୧୪୩୦ କ୍ବିଣ୍ଟାଲ ଧାନ ଦେବାକୁ ଟୋକନ ଦିଆଯାଇଥିଲା। ମାତ୍ର ଏହି ଧାନ ନେବାକୁ ମଣ୍ଡିରେ ନା ମିଲର ନା ସମିତି କର୍ମଚାରୀ କାହାର ଦେଖା ମିଳିନଥିଲା। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

author img

By

Published : Dec 16, 2019, 8:39 PM IST

Farmer worries due to no sale of crop in Mandi
ମଣ୍ଡିରେ ଧାନ ବିକ୍ରି ନହେବାରୁ ଅସନ୍ତୋଷ ଚାଷୀ

ଆନନ୍ଦପୁର: ଧାନମଣ୍ଡି ଖୋଲୁ ଖୋଲୁ ହତାଶ ଚାଷୀ। ସରକାରଙ୍କ ନୂଆ ନିୟମ ଅନୁସାରେ ଚାଷୀ ସମବାୟ ସମିତିରୁ ଟୋକନ ନେଇ ଧାନ ବିକ୍ରି ପାଇଁ ମଣ୍ଡିକୁ ଆସିଥିଲେ। ମାତ୍ର ମଣ୍ଡିର ଅଵ୍ୟବସ୍ଥା ଯୋଗୁଁ ସେମାନଙ୍କୁ ହତାଶ ହେବାକୁ ପଡିଛି ।

କେନ୍ଦୁଝର ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ସମବାୟ ସମିତିରେ ସୋମବାର 30ଜଣ ଚାଷୀଙ୍କୁ ୧୪୩୦ କ୍ବିଣ୍ଟାଲ ଧାନ ଦେବାକୁ ଟୋକନ ଦିଆଯାଇଥିଲା। ଏହା ସହ ଏହି ଧାନ କିଣିବାକୁ 4ଟି ମିଲରଙ୍କୁ ଚିଠି ହୋଇଥିଲା। ହେଲେ ଦୁଃଖର ବିଷୟ ଚାଷୀ ସକାଳୁ ମଣ୍ଡିରେ ଧାନ ଧରି ବସିଥିବା ବେଳେ ଏହାକୁ ନେବା ପାଇଁ ନା ମିଲର ନା ସମିତି କର୍ମଚାରୀ କାହାର ଦେଖା ମିଳିନଥିଲା।

ମଣ୍ଡିରେ ଧାନ ବିକ୍ରି ନହେବାରୁ ଅସନ୍ତୋଷ ଚାଷୀ

ଅନ୍ୟପକ୍ଷରେ ସରକାରଙ୍କ ଏହି ଟୋକନ ବ୍ୟବସ୍ଥା ଗୋଟିଏ ଦିନ ପାଇଁ ପ୍ରଯୁଜ୍ୟ ଥିବାବେଳେ ଚାଷୀ କେମିତି ଧାନ ଦେବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହିତ ଧାନ ସବୁ ଗୋଦାମ ଘର ବାହାରେ ପଡିଥିବା ବେଳେ ବର୍ଷାକୁ ନେଇ ଚାଷୀଙ୍କ ମନରେ ଛନକା ପଶିଯାଇଛି। ଯଦି ସରକାର ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ ନ କରନ୍ତି, ଆନ୍ଦୋଳନ କରିବା ସହିତ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଛନ୍ତି ଚାଷୀ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:1612_avo_dhana mandi issue_anandapur
ଆଙ୍କର -ଧାନମଣ୍ଡି ଖୋଲୁ ଖୋଲୁ ଚାଷି ହତାଶ | ସରକାର ଙ୍କ ନୂଆ ନିୟମ ଅନୁଯାୟୀ ଚାଷୀ ମାନେ ସମବାୟ ସମିତି ରୁ ଟୁକନ ନେଇ ଧାନ ବିକ୍ରି ପାଇଁ ମଣ୍ଡି କୁ ଆଣିଥିଲେ ହେଲେ ମଣ୍ଡିର ଅଵ୍ୟବସ୍ଥା ଯୋଗୁ ସେମାନଙ୍କୁ ହତାଶ ହେବାକୁ ପଡିଛି ।ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ସମବାୟ ସମିତି ରେ ଆଜି ୩୦ ଜଣ ଚାଷୀଙ୍କୁ ୧୪୩୦ କୁଇଣ୍ଟାଲ ଧାନ ଦେବାକୁ ଟୁକନ ଦିଆ ଯାଇବେଳେ ଧାନ କିଣିବାକୁ ଚାରୋଟି ମିଲର ଙ୍କୁ ଚିଠି ହୋଇଥିଲା ହେଲେ ଦୁଖଃର ବିଷୟ ଚାଷି ମାନେ ସକାଳୁ ଧାନ ଧରି ମଣ୍ଡିରେ ବସିଥିବା ବେଳେ ଧାନ ନେବା ପାଇଁ ନା ମିଲର ଙ୍କ ଦେଖା ଥିଲା ନା ସମିତି ର କର୍ମଚାରୀ ଙ୍କ ଦେଖା ଥିଲା ଅନ୍ୟପକ୍ଷରେ ଟୁକନ ଟି ଗୋଟିଏ ଦିନ ପାଇଁ ପ୍ରଯୁଜ୍ୟ ଥିବା ବେଳେ ଚାଷି ମାନେ କେମିତି ଧାନ ଦେବେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି| ଧାନ ସବୁ ଗୋଦାମ ଘର ବାହାରେ ପଡିଥିବା ବେଳେ ବର୍ଷା ପାଗକୁ ନେଇ ଚାଷି ଙ୍କ ମନରେ ଛନକା ପଶିଛି | ଯଦି ସରକାର ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ ନକରନ୍ତି ତେବେ ଆନ୍ଦୋଳନ କରିବା ସହିତ ଆତ୍ମାହୁତି ର ଚେତାବନୀ ମଧ୍ୟ ଦେଇଛନ୍ତି ଚାଷି ମାନେ।Body:XConclusion:X

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.