ETV Bharat / state

ବିଲାତି ଚାଷକୁ ମିଳୁନି ପ୍ରୋତ୍ସାହନ, ଚାଷୀ ହତାସ - Farmer need govt help

କେନ୍ଦୁଝର ହରିଚନ୍ଦନପୁର ବ୍ଲକ ବଡ଼କମଣ୍ଡରା ଗ୍ରାମରେ ବିଲାତି ବହୁଳ ପରିମାଣରେ ଚାଷ ହେଉଥିଲେ ହେଁ ସରକାରଙ୍କ ତରଫରୁ କୌଣସି ସୁବିଧା ମିଳୁନାହିଁ । ଜଳ ସେଚନର ସୁବିଧା ନଥିବା ସହ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ଫଳରେ ବହୁ ସମୟରେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଉଥିବା ଅଭିଯୋଗ କରିଛନ୍ତି ।

ବିଲାତି ଚାଷକୁ ମିଳୁନି ପ୍ରୋତ୍ସାହନ, ଚାଷୀ ହତାସ
author img

By

Published : Nov 16, 2019, 12:19 PM IST

କେନ୍ଦୁଝର: ସରକାର ଚାଷୀଙ୍କ ପାଇଁ କରୁଛନ୍ତି ଅନେକ ଯୋଜନା । ଏହି ଯୋଜନା ଗୁଡିକ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏହି ଟଙ୍କା ଚାଷୀଙ୍କ ଉନ୍ନତିରେ ଠିକ ଭାବେ ଉପଯୋଗ ହେଉନଥିବା ବହୁ ସମୟରେ ଅଭିଯୋଗ ହୁଏ । ଯେଉଁଠି ଚାଷୀଙ୍କ ପାଇଁ ଆବଶ୍ୟକ ସେଇଠି କିଛି ଯୋଜନା କାର୍ଯ୍ୟକାରୀ ହେଉନଥିବା ଦେଖାଦେଉଛି । ଏଭଳି ଏକ ଅଞ୍ଚଳ ହେଉଛି ହରିଚନ୍ଦନପୁର ବ୍ଲକ ବଡ଼କମଣ୍ଡରା ଗ୍ରାମରେ ।

ବିଲାତି ଚାଷକୁ ମିଳୁନି ପ୍ରୋତ୍ସାହନ, ଚାଷୀ ହତାସ

ଆଦିବାସୀ ବହୁଳ ଗ୍ରାମ ହୋଇଥିଲେ ହେଁ ଉକ୍ତ ଗ୍ରାମରେ ଚାଷ ଉପରେ ନିର୍ଭର କରିଥାନ୍ତି ପ୍ରାୟ ଲୋକେ। ଗ୍ରାମବାସୀ ପାରମ୍ପରିକ ଧାନ ଚାଷ ସହ ଅର୍ଥକାରୀ ଫସଲ ମଧ୍ୟ ଚାଷ କରିଥାନ୍ତି । ହରଡ଼, ଗେଣ୍ଡୁ ,ଲଙ୍କା ଆଦି ସହ ବିଲାତି ବହୁଳ ପରିମାଣରେ ଚାଷ କରିଥାନ୍ତି । ଉକ୍ତ ଗ୍ରାମରେ ଏକ ଶହ ଏକରରୁ ଊର୍ଦ୍ଧ୍ବ ବିଲରେ ବିଲାତି ଚାଷ କରାଯାଇଥାଏ । କେନ୍ଦୁଝର ସହର ସହ ବାହାରର ବ୍ୟବସାୟୀ ଉକ୍ତ ଗ୍ରାମରୁ ବିଲାତି ନେଇଥାନ୍ତି ।

ଗ୍ରାମରେ ଏତେ ପରିମାଣର ବିଲାତି ଚାଷ ହେଉଥିଲେ ହେଁ କୃଷି ବିଭାଗର ଯେପରି ନିଘା ନଥିଲା ଭଳି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମରେ ଜଳ ସେଚନର ସୁବିଧା ନଥିବା ସହ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ଫଳରେ ବହୁ ସମୟରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ନିଜେ ଚାଷ କରି ସମୃଦ୍ଧ ହୋଇଥିବା ଗ୍ରାମରେ ସରକାରୀ ସ୍ତରରେ ସହଯୋଗ ମିଳିଲେ ଆହୁରି ସ୍ବାବଲମ୍ବୀ ହୋଇପାରିବେ ବୋଲି ଚାଷୀ ଆଶା ରଖିଛନ୍ତି । ଏନେଇ କୃଷି ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବିଲାତି ଚାଷକୁ ମିଳୁନି ପ୍ରୋତ୍ସାହନBody:ଆଙ୍କର-ସରକାର ଚାଷୀଙ୍କ ପାଇଁ କରୁଛନ୍ତି ଅନେକ ଯୋଜନା । ଏହି ଯୋଜନା ଗୁଡିକ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏହି ଟଙ୍କା ଚାଷୀଙ୍କ ଉନ୍ନତିରେ ଠିକ ଭାବେ ଉପଯୋଗ ହେଉନଥିବା ବହୁ ସମୟରେ ଅଭିଯୋଗ ହୁଏ । ଯେଉଁଠି ଚାଷୀଙ୍କ ପାଇଁ ଆବଶ୍ୟକ ସେଇଠି କିଛି ଯୋଜନା କାର୍ଯ୍ୟକାରୀ ହେଉନଥିବା ଦେଖା ଦେଉଛି । ଏଭଳି ଏକ ଅଞ୍ଚଳ ହେଉଛି ହରିଚନ୍ଦନପୁର ବ୍ଲକ ବଡ଼କମଣ୍ଡରା ଗ୍ରାମରେ । ଆଦିବାସୀ ବହୁଳ ଗ୍ରାମ ହୋଇଥିଲେ ହେଁ ଉକ୍ତ ଗ୍ରାମରେ ଚାଷ ଉପରେ ନିର୍ଭର କରିଥାନ୍ତି । ଗ୍ରାମବାସୀ ପାରମ୍ପରିକ ଧାନ ଚାଷ ସହ ଅର୍ଥକାରି ଫସଲ ମଧ୍ୟ ଚାଷ କରିଥାନ୍ତି । ହରଡ଼, ଗେଣ୍ଡୁ ,ଲଙ୍କା ଆଦି ସହ ବିଲାତି ବହୁଳ ପରିମାଣରେ ଚାଷ କରିଥାନ୍ତି । ଉକ୍ତ ଗ୍ରାମରେ ଏକ ଶହ ଏକର ରୁ ଉର୍ଦ୍ଧ୍ବ ବିଲରେ ବିଲାତି ଚାଷ କରାଯାଇଥାଏ । କେନ୍ଦୁଝର ସହର ସହ ବାହାରର ବ୍ୟବସାୟୀ ଉକ୍ତ ଗ୍ରାମରୁ ବିଲାତି ନେଇଥାନ୍ତି । ଗ୍ରାମରେ ଏତେ ପରିମାଣର ବିଲାତି ଚାଷ ହେଉଥିଲେ ହେଁ କୃଷି ବିଭାଗର ଯେପରି ନିଘା ନଥିଲା ଭଳି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମରେ ଜଳ ସେଚନର ସୁବିଧା ନଥିବା ସହ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ଫଳରେ ବହୁ ସମୟରେ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ନିଜେ କୃଷି କରି ସମୃଦ୍ଧ ହୋଇଥିବା ଗ୍ରାମରେ ସରକାରୀ ସ୍ତରରେ ସହଯୋଗ ମିଳିଲେ ଆହୁରି ସ୍ୱାବଲମ୍ବୀ ହେଇପାରିବେ ବୋଲି ଚାଷୀ ଆଶା ରଖିଛନ୍ତି।
ଏନେଇ କୃଷି ବିଭାଗର ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ବାଇଟ-୧- ସାନ୍ତୁନୁ ନାଏକ ( ଚାଷୀ) ମୁଣ୍ଡରେ ଗାମୁଛା ଭିଡ଼ିଛି
ବାଇଟ-୨-ପରମାନନ୍ଦ ନାଏକ ( ଚାଷୀ) ଚନ୍ଦା ହୋଇଥିବା ଲୋକ
ବାଇଟ-୩-ଭ୍ରମରବର ନାଏକ( ଚାଷୀ) ବେକରେ ଗାମୁଛା ପକେଇଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.