ETV Bharat / state

ଘଟଗାଁ ପୀଠରେ ଆରମ୍ଭ ହେଲା ୮୩ ତମ ଚଇତି ପର୍ବ - ତାରିଣୀ

ଆଜିଠୁ ଆରମ୍ଭ ହେଲା ଘଟଗାଁର ପ୍ରସିଦ୍ଧ ମା' ତାରିଣୀଙ୍କ ଚଇତି ପର୍ବ। ସୁନା ବେଶରେ ଦର୍ଶନ ଦେଇଛନ୍ତି ମା'। ରାଜ୍ୟ ଓ ରାଜ୍ୟ ବାହାରୁ ଛୁଟୁଛି ଭକ୍ତଙ୍କ ସୁଅ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 9, 2019, 1:51 PM IST

କେନ୍ଦୁଝର: ଉତ୍ସବମୁଖର କେନ୍ଦୁଝରର ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଘଟଗାଁ ପୀଠ। ଧୂପ, ଦୀପ, କର୍ପୂର ବାସ୍ନାରେ ମହକି ଉଠୁଛି ମନ୍ଦିର । ଶଂଙ୍ଖ, ହୁଳହୁଳି, ଯୋଡି ନାଗରା ସାଙ୍ଗକୁ ମହୁରୀ ଶବ୍ଦରେ ଉଠୁଛି ପଡୁଛି ମନ୍ଦିର ବେଢା। ମା'ଙ୍କ ନିତୀ ପୂଜା ସହିତ ପୀଠରେ ଭାଗବତ ପାଠ, ଚଣ୍ଡି ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଠିତ ହୋଇଛି। କାରଣ ଆରମ୍ଭ ହୋଇଛି ମା'ତାରିଣୀଙ୍କ ୮୩ ତମ ଚଇତି ପର୍ବ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
ଚଇତି ପର୍ବର ପ୍ରଥମ ଦିନରେ ଭକ୍ତଙ୍କ ମନ ଛୁଉଁଛି ମା'ର ସୁନା ବେଶ। ଆଜି ସକାଳୁ ମା'ଙ୍କର ସ୍ନାନ କାର୍ଯ୍ୟ ସମାପନ ପରେ ସୁନା ବେଶ କରାଯିବା ସହ ରୀତିନୀତି ଅନୁଯାୟୀ ପୂଜା ବିଧିରେ ସକାଳ ମଙ୍ଗଳ ଆଳତୀ କରାଯାଇଛି । ସୁନା ବେଶ ଦେଖିବା ପାଇଁ ଘଟଗାଁକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ସୁଅ ଛୁଟୁଛି। ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି ଯେ, ଏହି ଦିନରେ ମା'ଙ୍କର ସୁନା ବେଶ ଦେଖିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ବହୁ ସଖ୍ୟାରେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ମା' ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳା ଦର୍ଶନ ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା କରାଯିବା ସହ ପୋଲିସ ଓ ସ୍ୱେଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି ।

ଏହି ପର୍ବରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଶିଳ୍ପୀଙ୍କ କଳା ଓ ଲୋକ ନୃତ୍ୟ ପ୍ରଦର୍ଶିତ ହେବ ଏହାସହ ଭକ୍ତ ମାନଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ସହ ପୀଠରେ ପ୍ରତ୍ୟକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଂନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବାଚନ ଓ ବାଦି ପାଲା ଅନୁଷ୍ଠିତ ହେବ । ତେବେ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ୯ ତାରିଖରୁ ୧୫ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଘଟଗାଁରେ ଚଇତି ପର୍ବ ମହାଆଡମ୍ବରରେ ପାଳିତ ହୋଇଥାଏ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

AD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.