ETV Bharat / state

ଦୁର୍ଘଟଣା ବେଳେ ସହାୟତା କଲେ ପୋଲିସ ଦେବ ଆର୍ଥିକ ପୁରସ୍କାର - reward

ଜିଲ୍ଲା ପୋଲିସ ନେଇଛି ସ୍ୱତନ୍ତ୍ର ପଦକ୍ଷେପ । ଦୁର୍ଘଟଣା ସମୟରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ସହ ମାନପତ୍ର ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରଖିବା ସହ ପୋଲିସ ପକ୍ଷରୁ କୌଣସି ହଇରାଣ ହରକତ ନକରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Feb 11, 2019, 6:22 PM IST

କେନ୍ଦୁଝର: ଦିନକୁ ଦିନ ସଡକ ଦୁର୍ଘଟଣାରେ ବୃଦ୍ଧି ପାଉଛି ମୃତ୍ୟୁସଂଖ୍ୟା । ତେବେ ଏହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେଣୁ ବର୍ତ୍ତମାନ ପୋଲିସ ପ୍ରଶାସନ ଏଥି ପାଇଁ ଅଣ୍ଟା ଭିଡ଼ିଛି । କିଭଳି ଏହି ମୃତ୍ୟୁସଂଖ୍ୟା ହ୍ରାସ ପାଇ ପାରିବ ସେଥିପାଇଁ ଜିଲ୍ଲା ପୋଲିସ ନେଇଛି ସ୍ୱତନ୍ତ୍ର ପଦକ୍ଷେପ । ଦୁର୍ଘଟଣାରେ ସାହାଯ୍ୟ କରିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ସହ ମାନପତ୍ର ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରଖିବା ସହ ପୋଲିସ ପକ୍ଷରୁ କୋଣସି ହଇରାଣ ହରକତ ନକରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଯାହାଫଳରେ ସାଧାରଣ ଲୋକ ଆଗକୁ ଆସି ଦୁର୍ଘଟଣା ଜନିତ ଆହତଙ୍କୁ ସାହାଯ୍ୟ କରିବାପାଇଁ ମନ ବଳାଉଛନ୍ତି । ଏସପି ଜୟନରାୟଣ ପଙ୍କଜ ଏହି ଅଭିନବ ପ୍ରୟାସ ପାଇଁ ଜିଲ୍ଲାର ବିଭିନ୍ନ ଥାନାର ୮ ଜଣକୁ ଆର୍ଥିକ ପୁରସ୍କାର ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହା ପୂର୍ବରୁ ୧୬ ଜଣକୁ ଜାନୁଆରୀ ୨୬ ତାରିଖରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏମିତିରେ ରାସ୍ତାଘାଟରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ପଡିଥିବା ବ୍ୟକ୍ତିଙ୍କୁ ଜଣେ ସାଧାରଣ ଲୋକ ସାହାଯ୍ୟ କଲେ ସବୁବେଳେ ହଇରାଣ ହୋଇଥାନ୍ତି । ତେଣୁ ଇଛା ଥିଲେ ମଧ୍ୟ ଆହତଙ୍କୁ କେହି ସାହାଯ୍ୟ କରିପାରନ୍ତି ନାହିଁ । ଫଳରେ ଠିକ ସମୟରେ ଡାକ୍ତଖାନା ପହଞ୍ଚି ନପାରିବାରୁ ବହୁ ଲୋକଙ୍କ ମୃତ୍ୟୁ ଘଟିଥାଏ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Slug,,, ରଥ କାଠ ପୂଜା , avo , ପୁରୀ , 10।2।19

Anchor-  ଆଜି ପବିତ୍ର ଶ୍ରୀପଞ୍ଚମୀ  ତିଥି   ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ  ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚନା କରାଯିବ | ଏଥିପାଇଁ ନୟାଗଡ  ବନଖଣ୍ଡରୁ  ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ  12 ଫୁଟିଆ ଧଉରା କାଠ କୁ ରଥଖଳାରେ  ରଖାଯାଇ ଆଜି    ପୂଜାପାଠ  କରାଯିବ |  ପରମ୍ପରା ଅନୁସାରେ ରାଜପୁରହିତ  ଓ ବ୍ରାହ୍ମଣ ଙ୍କ   ଦ୍ୱାରା ସ୍ୱତନ୍ତ୍ର ପୂଜା ମା ସରସ୍ବତୀଙ୍କ  ନିକଟରେ କରାଯିବାପରେ   ରଥଖଳାରେ   ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ  ଓ ବ୍ରାମହଣ ମାନେ ବନ୍ଦାପନା  ସହିତ  ପୂଜା କରିବେ | ଚଳିତ ବର୍ଷ ରଥଯାତ୍ରା  କିଭଳି ଶାନ୍ତି  ଶୃଙ୍ଖଳା ର   ସହିତ ସମାପିତ  ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା  କରାଯିବ | 
 ପ୍ରଥମ ପର୍ଯ୍ୟାୟ ରଥକାଠ ।ନୟାଗଡ ବନଖଣ୍ଡରୁ ଚଳିତ ମାସ 4 ତାରିଖରେ ପୁରୀରେ ପହଂଚିଛି 2 ଟ୍ରକ ରଥକାଠ ।ସମୁଦାୟ 57 ଖଣ୍ଡ କାଠ ଆସିଛି ।2ଟି ଟ୍ରକରେ 20 ଫୁଟିଆ ଧଉରା 4ଟି ,12 ଫୁଟିଆ ଧଉରା 22ଟି ,20 ଫୁଟିଆ ଅସନ 11ଟି ଓ 12 ଫୁଟିଆ ଅସନ 20 ଟି ।ଚଳିତବର୍ଷ ରଥଯାତ୍ରା ପାଇଁ 670 ଖଣ୍ଡ ରଥକାଠ ଆବଶ୍ୟକ ।ସେପଟେ ଆଉ ଗୋଟିଏ ଟ୍ରିପ ରଥକାଠ କଟକ ଖପୁରିଆ କରତକଳକୁ ଚିରଟ ପାଇଁ ପଠା ଯାଇଛି ।ଶ୍ରୀରାମ ନବମୀ ଦିନ ଚିରଟ କରାଯିବ । ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା ଦିନ ରଥ ଖଳାରେ ତିନିଟି କାଠକୁ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର 

ଫେବୃଆରୀ  4 ତାରିଖରେ ମୋଜୋ କିଟ ରେ ଯାଇ ଥିବା କାଠ ଭିଜୁଆଲ ଏହି ଷ୍ଟୋରୀ ରେ ଲାଗିବ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.