ETV Bharat / state

ନକଲି ପୋଲିସକୁ ବାନ୍ଧିଲା ପୋଲିସ, ନିଜକୁ DIG ପରିଚୟ ଦେଇ ଲୁଟୁଥିଲା ଟଙ୍କା

author img

By

Published : Oct 10, 2022, 7:46 AM IST

ଗିରଫ ହେଲେ ନକଲି ପୋଲିସ ଅଧିକାରୀ (Fake police) l ନିଜକୁ ପୋଲିସର ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ନକଲି ପୋଲିସ ଅଧିକାରୀଙ୍କୁ ଗିରଫ କରିଛି ଘଟଗାଁ ପୋଲିସ (ghatgaon police ) l ଅଧିକ ପଢନ୍ତୁ

ଗିରଫ ହେଲା ନକଲି ପୋଲିସ
ଗିରଫ ହେଲା ନକଲି ପୋଲିସ

କେନ୍ଦୁଝର: ପୋଲିସ ହାତରେ ଧରାପଡିଲେ ନକଲି ପୋଲିସ ଅଧିକାରୀ(Fake police) । ନକଲି ପୋଲିସ ଅଧିକାରୀଙ୍କୁ ଗିରଫ କରିଛି ଘଟଗାଁ ପୋଲିସ (ghatgaon police )। ନିଜକୁ ପୋଲିସ ଡିଆଇଜି(DIG)ର ପରିଚୟ ଦେଇ ଭଲ ଚାକିରି କରାଇଦେବା ନାଁରେ ଲୁଟୁଥିଲେ ଲକ୍ଷାଧିକ ଟଙ୍କା। ଏହି ଅଭିଯୋଗ ଆଧାରରେ ଶେଷରେ ନକଲି ପୋଲିସକୁ ଗିରଫ କରିଛି ଘଟଗାଁ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ ।

ଗିରଫ ହେଲା ନକଲି ପୋଲିସ

ସୂଚନାଅନୁସାରେ, ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଠ ପୋଲିସ କହିବା ସହ ଚାକିରି କରାଇଦେବା ପାଇଁ କହି ଟଙ୍କା ଠକିଥିବା ସୁଜିତ ନାଁରେ ଏକାଧିକ ମାମଲା ରହିଥିଲା । ପୋଲିସ ସୂଚନା ଦେଇଛି । ତେବେ କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ନିଜର ଜାଲ ବିଛାଇ କିଛି ଯୁବକଙ୍କ ଠାରୁ ଟଙ୍କା ଠକିଥିବା ସହ ଘଟଗାଁର ଏକ ଲଜରେ ବରିଷ୍ଠ ପୋଲିସ ଅଧିକାରୀ ୟୁନିଫର୍ମରେ ରହିଥିବା ସମସୟରେ ଘଟଗାଁ ପୋଲିସ ଗିରଫ କରିଛି । ଯୁବକ ଜଣଙ୍କ ଠାରୁ ପୋଲିସ ୟୁନିଫର୍ମ, ଗୋଟିଏ ମୋବାଇଲ, ନକଲି ସୁନା ଚେନ ଓ ମୁଦି ସହ ନଗଦ 12 ହଜାର ଟଙ୍କା ଜବତ ହୋଇଛି । ତେବେ ନିଜକୁ ଆପିଏସ ସ୍ତରରେ ପୋଲିସ ଅଫିସର କହୁଥିବା ଯୁବକ ଯୁନିଫର୍ମରେ ଓଏଫଏସ ଲେଖା ଯାଇଥିବା କାରଣରୁ ସନ୍ଦେହ ଘେରକୁ ଆସିବା ସହ ଫସିଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି ଗୋପବନ୍ଧୁ ଦାସଙ୍କ 145ତମ ଜୟନ୍ତୀ: ତ୍ୟାଗ-ଦେଶ ସେବାକୁ ମନେ ପକାଇଲା ସୁଆଣ୍ଡୋ

ଏନେଇ ଘଟଗାଁ SDPO କହିଛନ୍ତି ଯେ,"ଶନିବାର ଓମ ପରାଗ ବେହେରା ନାମକ ଜଣେ ଜୈନିକ ବ୍ୟକ୍ତି ନକଲି ପୋଲିସ ଅଧିକାରୀଙ୍କ ନାମରେ ଏତଲା ଦେଇଥିଲେ । ଚାକିରି କରାଇଦେବା ନାଁରେ 25 ହଜାର ଟଙ୍କା ଠକିକି ନେଇଯାଇଛି । ଆମର ମିଳିତ ପ୍ରୟାସରେ ଘଟଗାଁର ଏକ ଲଜରେ ରେଡ କରାଯାଇ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲ। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ । ପୋଲିସ ଅଧିକାରୀ ୟୁନିଫର୍ମରେ ରହିଥିବା ସମୟରେ ଗିରଫ କରାଯାଇଛି । ଗିରଫ ସମୟରେ 12 ହଜାର ଟଙ୍କା, ଆଧାରକାର୍ଡ ପୋଲିସ ୟୁନିଫର୍ମ, ଗୋଟିଏ ମୋବାଇଲ ଜବତ କରାଯାଇଛି । ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ଆଗରୁ ମାମଲା ରହିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭଲ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟିଥିବା ଜଣାପଡିଛି। ବର୍ତ୍ତମାନ ତଦନ୍ତ ଚାଲିଛି। ତଦନ୍ତ ପରେ ସମସ୍ତ ପ୍ରକାର ତଥ୍ୟ ଜଣାପଡିବ।"

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.