ETV Bharat / state

କୁଅରୁ ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - କୂଅରୁ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କୂଅରୁ ଉଦ୍ଧାର ହେଲା ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ। ପୋଲିସର ତଦନ୍ତ ଜାରି। ଅଧିକ ପଢନ୍ତୁ

couple body found from well in keonjhar
couple body found from well in keonjhar
author img

By ETV Bharat Odisha Team

Published : Sep 14, 2023, 4:03 PM IST

couple body found from well in keonjhar

କେନ୍ଦୁଝର: କୂଅ ଭିତରୁ ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତରେ । ସ୍ବାମୀ-ସ୍ତ୍ରୀଙ୍କୁ କେହି ହତ୍ୟା କରି କୂଅରେ ଫୋପାଡି ଦେଇଥିବା ସନ୍ଦେହ କରାଯାଇଛି । ମୃତକ ହେଉଛନ୍ତି ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ର । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

ଏହା ମଧ୍ୟ ପଢନ୍ତୁ-ଗଡ଼ଗଡ଼ିଆ ଘାଟରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ତଦନ୍ତ ଆରମ୍ଭ

ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ. ବାଲିପାଳ ପଞ୍ଚାୟତର ସରପଞ୍ଚ ଥିଲେ । ବୁଧବାର ଗାଁ ଲୋକ ତାଙ୍କ ଘରକୁ ଯାଇଥିବା ବେଳେ କେହି ଘରେ ନଥିଲେ । ନିରଞ୍ଜନଙ୍କୁ ଡାକିଥିଲେ ବି କେହି ଶୁଣିନଥିଲେ । ଫଳରେ କବାଟ ଖୋଲି ଗାଁ ଲୋକେ ଘର ଭିତରକୁ ଯିବା ସହ ବାଡିକୁ ଯାଇଥିଲେ । ଏହାପରେ କୂଅ ମଧ୍ୟରେ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ଗାଁ ଲେକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସୋସୋ ଥାନା ପୋଲିସ ପହଞ୍ଚି କୂଅ ଭିତରୁ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି । କେହି ହତ୍ୟା କରି ସ୍ବାମୀ ସ୍ତ୍ରୀଙ୍କୁ କୁଅରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ- ୧୦ ମାସର ଝିଅକୁ ଧରି ନଦୀକୁ ଡେଇଁବା ଘଟଣା, ଦିନକ ପରେ ବାପାର ମିଳିଲା ମୃତଦେହ

ଯଦି ଉଭୟଙ୍କୁ ହତ୍ୟା କରାଯାଇଛି, ତେବେ କେଉଁ କାରଣରୁ ଓ କିଏ ଦମ୍ପତିଙ୍କୁ ହତ୍ୟା କରି କୂଅରେ ଫୋପାଡି ଦେଲା ତାହା ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ନା ଏହା ପଛରେ ରାଜନୈତିକ କାରଣ ରହିଛି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ଏହି ଘଟଣା ସମ୍ପର୍କରେ ପୋଲିସ ଗ୍ରାମବାସୀଙ୍କୁ ପଚରାଉଚରା କରିପାରେ ।

ଏହା ମଧ୍ୟ ପଢନ୍ତୁ-ବୁର୍ଲାର ମହିଳାଙ୍କୁ ବରଗଡ଼ରେ ହତ୍ୟା ! ତଣ୍ଟି କାଟି ବ୍ରିଜ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଅନୁରୂପ ଭାବରେ ଗତ ବୁଧବାର ରାତିରେ ପୁରୀ ଜିଲ୍ଲାର ଦୟାନଦୀର ନୂଆଗାଁ ସେତୁ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଖା ଭିତରୁ ହାତ ଗୋଡ ବନ୍ଧା ହୋଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.