ETV Bharat / state

ଆତଙ୍କ ରଚୁଛନ୍ତି ଗଜରାଜ, ଭାଙ୍ଗିଲେ 5 ଘର - champua

ଚମ୍ପୁଆରେ ହାତୀ ଆତଙ୍କ । ୨୨ ହାତୀପଲ ଚମକପୁର ଏବଂ ଲୁଣଗୋଠାଣି ଗ୍ରାମରେ ପଶି ଭାଙ୍ଗିଲେ 5 ଘର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 7, 2019, 12:04 PM IST

କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରଵ ଥମିବାରେ ନାଁ ଧରୁନି । ହାତୀ ପଲ ଏବେ ଏକ ମାସରୁ ଊର୍ଦ୍ଧ୍ବ ହେବ ଉଭୟ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଶନିବାର ବିଳମ୍ବିତ ରାତିରେ ୨୨ ହାତୀପଲ ଚମକପୁର ଏବଂ ଲୁଣଗୋଠାଣି ଗ୍ରାମରେ ପଶିଯାଇ ୫ଟି ଘର ଭାଙ୍ଗି ଦେଇଛନ୍ତି । ହାତୀ ଆତଙ୍କ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି । ହାତୀ ପଲରେ ୬ଟି ଦନ୍ତା ସମେତ ୫ ଛୁଆ ଓ ୧୧ ମାଈ ହାତୀ ଥିବାବେଳେ ଏମାନେ ଏବେ ଲୁଣଗୋଠାଣି ନିକଟ କେସି ପ୍ରଧାନ ମାଇନ୍ସରେ ଥିବା ଜଣାପଡ଼ିଛି । ବନବିଭାଗ ହାତୀଙ୍କ ପଛେ ପଛେ ରହି ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିଛି ।

ବନବିଭାଗ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବାବେଳେ ଖୁବ ଶୀଘ୍ର ଏ ଅଞ୍ଚଳରୁ ହାତୀଙ୍କୁ ଘଉଡାଇବା ପାଇଁ ଦାବି ହେଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.