ETV Bharat / state

ତେଲକୋଇ ରେଞ୍ଜରେ ଥମୁନି ବଣୁଆ ହାତୀଙ୍କ ଉପଦ୍ରବ - ତେଲକୋଇ ରେଞ୍ଜ

କେନ୍ଦୁଝର ବନଖଣ୍ଡ ଅଧୀନ ତେଲକୋଇ ରେଞ୍ଜର 2ଟି ସ୍ଥାନରେ ବଣୁଆ ହାତୀଙ୍କ ଉପଦ୍ରବ । ଅଧିକ ପଢନ୍ତୁ...

ତେଲକୋଇ ରେଞ୍ଜରେ ଥମୁନି ବଣୁଆ ହାତୀଙ୍କ ଉପଦ୍ରବ

author img

By

Published : Jun 28, 2021, 1:40 PM IST

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅଧିନ ତେଲକୋଇ ରେଞ୍ଜରେ ବଣୁଆ ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି। ଗତକାଲି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ କୃଷ୍ଣପୁର ଗାଁରେ ହାତୀପଲଙ୍କ ଉପଦ୍ରବ କରିଛନ୍ତି। ବିଳମ୍ବିତ ରାତିରେ ଗାଁରେ ପଶି ପ୍ରଥମେ ରୁଗୁଡିସାହିରେ କଷ୍ଟୁ ନାୟକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଥିଲେ। ତେବେ ଘର ଭାଙ୍ଗିବା ସମୟରେ କଷ୍ଟୁ ନାଏକଙ୍କ ପରିବାରର ଛଅ ଜଣ ସଦସ୍ୟ ଘରର ଗୋଟିଏ ବଖରାରେ ଶୋଇଥିଲେ । ଘରର କାନ୍ଥ ପଡି କଷ୍ଟୁ ନାଏକଙ୍କ ୫ ବର୍ଷର ଶିଶୁ ପୁତ୍ର ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିଲେ।

ତେଲକୋଇ ରେଞ୍ଜରେ ଥମୁନି ବଣୁଆ ହାତୀଙ୍କ ଉପଦ୍ରବ

ପରେ ହାତୀପଲ ସେଠାରୁ ଯାଇ ବୈଦନାଳୀ ସାହିରେ ଗୋବିନ୍ଦ ନାଏକଙ୍କ ଘର ଭାଙ୍ଗିଥିଲେ । ଘରେ ଥିବା ୪ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳକୁ ଖାଇ ନଷ୍ଟ କରିଦେଇଥିଲେ। ଘରେ ଶୋଇଥିବା ଗୋବିନ୍ଦଙ୍କ ପୁଅ ମଧ୍ୟ ହାତୀଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲକୁ ଘଉଡାଇଥିଲେ। ତେଲକୋଇ ଅଞ୍ଚଳରେ ବର୍ଷ ତମାମ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିବା ସହିତ ଧନଜୀବନ ହାନି ଘଟୁଛି। ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ରେଞ୍ଜର ପ୍ରମୋଦ କୁମାର ସେଠୀ କହିବା ସହିତ ସ୍ଥାନୀୟ ଅଞ୍ଚଳରେ ୭ଟି ହାତୀ ରହିଥିବା ସୂଚନା ଦେଇଛନ୍ତି।

କେନ୍ଦୁଝର ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.