ETV Bharat / state

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଗଜରାଜ - ହାତୀ ମୃତ୍ୟୁ

ଦିନକୁ ଦିନ ଜଙ୍ଗଲ ଜୀବଜନ୍ତୁଙ୍କ ପାଇଁ ମାଡି ଆସୁଛି ବିପଦ । କେନ୍ଦୁଝରରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ । ଆଜି ହାତୀର ବ୍ୟବଚ୍ଛଦ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗଜରାଜ
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗଜରାଜ
author img

By

Published : Aug 7, 2021, 12:50 PM IST

କେନ୍ଦୁଝର: ଦିନକୁ ଦିନ ଜଙ୍ଗଲ ଜୀବଜନ୍ତୁଙ୍କ ପାଇଁ ମାଡି ଆସୁଛି ବିପଦ । କେନ୍ଦୁଝର ବନଖଣ୍ଡ ତଳ ଚମ୍ପେଇ ନିକଟ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ଆଜି ହାତୀର ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଗ୍ରାମ ଜଙ୍ଗଲରେ ଏକ ମାଇ ହାତୀ ଅସୁସ୍ଥ ହୋଇ ପଡି ରହିଥିବା ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ପରେ ହାତୀଟିର ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ଶେଷରେ ଆଖି ବୁଜିଥିଲେ ଗଜରାଜ ।

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗଜରାଜ

ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ପରେ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ହାତୀଟିର ବୟସ ପ୍ରାୟ ୫୦ ବର୍ଷ ହୋଇଥିବା ବେଳେ ସେ ଜ୍ଵର ପାଇଁ ସେଠାରେ ପଡି ରହିଥିବା ବନ ବିଭାଗ ପ୍ରାଥମିକ ସୂଚନା ଦେଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.