ETV Bharat / state

ରାତି ଅଧରେ ଘରେ ପଶିଲା ଦନ୍ତା, ଚାଉଳ ଖାଇବାକୁ ଉଦ୍ୟମ - keonjhar

କେନ୍ଦୁଝର ବଂଶପାଳ ବ୍ଲକ ବିଜେପି ରେଞ୍ଜ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମରେ ହାତୀ ଉପଦ୍ରବ । ରାତି ଅଧରେ ଘରର କାନ୍ଥ ଭାଙ୍ଗି ଘରେ ପଶି ଚାଉଳ ଖାଇବାକୁ ଉଦ୍ୟମ କରିଛି ଦନ୍ତା। ଏପଟେ ବନ ବିଭାଗ କର୍ମଚାରୀ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି ।

ଡିଜାଇନ ଫଟୋ
author img

By

Published : Jul 3, 2019, 1:48 PM IST

କେନ୍ଦୁଝର: ପୁଣି ହାତୀ ଆତଙ୍କ । ଦୀର୍ଘଦିନ ଧରି ଗୋଠ ଚାଢି ଚାଲି ଆସିଥିବା ଦନ୍ତା ହାତୀ ଚଳାଇଛି ଉପଦ୍ରବ । ରାତି ଅଧରେ ଘରର କାନ୍ଥ ଭାଙ୍ଗି ଘରେ ପଶି ଚାଉଳ ଖାଇବାକୁ ଚେଷ୍ଟା କରିଛି ଦନ୍ତା । ପୁଣି ଦୋକାନ ଘରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏଭଳି ଘଟଣା ଘଟିଛି ମଙ୍ଗଳବାର କେନ୍ଦୁଝର ବଂଶପାଳ ବ୍ଲକ ବିଜେପି ରେଞ୍ଜ ଅନ୍ତର୍ଗତ ଫୁଲଝର ପଞ୍ଚାୟତର ରଙ୍ଗାମାଟିଆ ଗ୍ରାମରେ । ବ୍ରଜମୋହନ ସିଂ ନାମକ ବ୍ୟକ୍ତି ପରିବାର ସହ ଶୋଇଥିବା ବେଳେ ବଣୁଆ ହାତୀଟି ଆକ୍ରମଣ କରିଥିଲା । ଫଳରେ କଷ୍ଟେ ମଷ୍ଟେ ଘରୁ ବାହାରି ଆସିଥିଲେ ବ୍ରଜମୋହନ ସିଂଙ୍କ ପରିବାର ।

କେବଳ ଏତିକି ନୁହେଁ ଦନ୍ତା ହାତୀଟି କୁସୁମିତା ଗ୍ରାମର ଆଶ୍ରମ ବିଦ୍ୟାଳୟର ବାଉଁଶ ଜଙ୍ଗଲ ଓ ଉକ୍ତ ଗ୍ରାମର ବସନ୍ତ ନାଏକଙ୍କ ଦୋକାନ ଘରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲା । ଏପର୍ଯ୍ୟନ୍ତ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚି ନଥିବା ଜଣାପଡ଼ିଛି । ଦନ୍ତା ହାତୀଟି ଦୀର୍ଘ ଦିନ ଧରି ବୁଲୁଥିବା ବେଳେ ଜଙ୍ଗଲ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହେଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଦନ୍ତା ହାତୀ ଆକ୍ରମଣ,ଘର ଓ ଚାଉଳ ନଷ୍ଟBody:
ଆଙ୍କର- ଦୀର୍ଘଦିନ ଧରି ଏକ ଗୋଠ ଛାଡି ଚାଲି ଆସିଥିବା ଦନ୍ତା ହାତୀ ଉପଦ୍ରବ ଚଳାଇଛି । ଗତକାଲି ରାତି ବଂଶପାଳ ବ୍ଲକ ବିଜେପି ରେଞ୍ଜ ଅନ୍ତର୍ଗତ ଫୁଲଝର ପଞ୍ଚାୟତ ର ରଙ୍ଗାମାଟୀଆ ଗ୍ରାମରେ ବଣୁଆ ହାତୀ ଆକ୍ରମଣ କରିଛି । ଉକ୍ତ ଅଂଚଳରେ ଦୀର୍ଘଦିନ ଧରି ବୁଲୁଥିବା ଏକ ବଣୁଆ ଦନ୍ତା ହାତୀ ଟି ଗ୍ରାମରେ ପଶି ବ୍ରଜମୋହନ ସିଂଙ୍କୁ ଘରେ ଆକ୍ରମଣ କରିଥିଲା ।ସେ ପରିବାର ସହ ସୋଇଥିଲା ବେଳେ ହାତୀଟି ଆକ୍ରମଣ କରିଥିଲା । ଘରର କାନ୍ତଃ ଭାଙ୍ଗି ଚାଉଳ ଖାଇବାକୁ ଚେଷ୍ଟା କରିଥିଲା । ହାତୀ ଆକ୍ରମଣ ଦେଖି ବ୍ରଜ ମୋହନ ପରିବାର ସହ ବାହାରକୁ କୌଣସି ମତେ ପଲେଇ ଆସିଥିଲେ । ସେହିପରି ଉକ୍ତ ଦନ୍ତା ହାତୀଟି କୁସୁମିତା ଗ୍ରାମର ଆଶ୍ରମ ବିଦ୍ୟାଳୟ ର ବାଉଁଶ ଜଙ୍ଗଲ ଓ ଉକ୍ତ ଗ୍ରାମର ବସନ୍ତ ନାଏକ ଙ୍କ ଦୋକାନ ଘରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲା । ଜଙ୍ଗଲ ବିଭାଗ ର କୌଣସି ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚି ନଥିବା ଜଣା ପଡ଼ିଛି । ପ୍ରକାଶ ଯେ ଉକ୍ତ ଦନ୍ତା ହାତୀଟି ଦୀର୍ଘ ଦିନ ଧରି ବୁଲୁଥିବା ବେଳେ ଜଙ୍ଗଲ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି ।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.