ETV Bharat / state

ପାଟଣାରେ ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟ କଲେ ଧାନଫସଲ - ପାଟଣାରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ୨୪ଟିକିଆ ହାତୀପଲଙ୍କ ଉପଦ୍ରବ । ଗତକାଲି (ରବିବାର)ରାତିରେ ଏହି ହାତୀପଲ ଖାଦ୍ୟ ଅନ୍ବେଷଣରେ ପଶି ଆସିଥିଲେ ପାଟଣା ବନାଞ୍ଚଳକୁ । ଅଧିକ ପଢ଼ନ୍ତୁ

ପାଟଣାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ:  ଭାଙ୍ଗିଲେ ଘର, ନଷ୍ଟକଲେ ଧାନଫସଲ

author img

By

Published : Nov 14, 2022, 5:27 PM IST

କେନ୍ଦୁଝର: ପାଟଣା ବନାଞ୍ଚଳରେ ୨୪ଟିକିଆ ହାତୀପଲଙ୍କ ଆତଙ୍କ । ଗତକାଲି (ରବିବାର)ରାତିରେ ଖାଦ୍ୟ ଅନ୍ବେଷଣରେ ପାଟଣା ବନାଞ୍ଚଳକୁ ପଶି ଆସିଛନ୍ତି ଏହି ହାତୀପଲ । ଗାଁକୁ ଆସିବା ପରେ ଆରମ୍ଭ କରିଦେଇଛନ୍ତି ଉପଦ୍ରବ । କେଉଁଠି ଘର ଭାଙ୍ଗିଛନ୍ତି ତ କେଉଁଠି ଧାନ ଫସଲ ନଷ୍ଟ କରିଛନ୍ତି । ମୂଷାଖୋରୀ ଗ୍ରାମର ୩ଟି ଘରକୁ ଭାଙ୍ଗି ଦେଇଛନ୍ତି ହାତୀପଲ । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି(Elephant destroyed houses In Patana) ।

ପାଟଣାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟକଲେ ଧାନଫସଲ

ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ହାତୀପଲ ଚମ୍ପୁଆ ବନାଞ୍ଚଳରୁ ପାଟଣା ବନାଞ୍ଚଳର ସାହାରପଡା ବନକ୍ଷେତ୍ରକୁ ପ୍ରବେଶ କରି ସିଲିପଦା ଗ୍ରାମ ଦେଇ ଆସିଥିଲେ । ସେଠାରୁ ଏହି ହାତୀପଲ ବୈତରଣୀ ନଦୀ ପାର୍ ହୋଇ ପାଟଣା ବନକ୍ଷେତ୍ରର ଭବିଷାକୂଦର, ଦହିବାହାଳୀ, ଝାଟିପଡା, ଗୁଳୁଦିପଶି, ଝିଞ୍ଜିରନାଳୀ, ସରାସକୋଲା, ଖମୁଆଁ, ଦକ୍ଷିଣ ପଶି, ମୂଷାଖୋରୀ ଆଦି ଗ୍ରାମକୁ ପ୍ରବେଶ କରିଥିଲା ।

ଗାଁ ଭିତରେ ଥିବା ବ୍ୟାପକ ପାଚିଲା ଧାନ ଫସଲ ନଷ୍ଟ କରିଦେଇଥିଲା । ଏହାସହ ମୂଷାଖୋରୀ ଗ୍ରାମର କାଶିଆ ସାହିର ପାଫ ମୁଣ୍ଡା, ଗଙ୍ଗା ମୁଣ୍ଡା ଓ ହରେକୃଷ୍ଣ ନାଏକଙ୍କ ଘର ଭାଙ୍ଗି ଚୁରମାର କରିଦେଇଛି । ତେବେ ଏହି ଘଟଣାରେ ଘର ଭିତରେ ଥିବା ଲୋକେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ।

ଜଙ୍ଗଲ ବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି । କ୍ଷୟକ୍ଷତିର ଅନୁଧ୍ୟାନ କରି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପାଟଣା ବନାଞ୍ଚଳ ଅଧିକାରୀ କହିଛନ୍ତି । ହାତୀପଲ ଏବେ କାଶିଆ ଜଙ୍ଗଲରେ ଥିବା ସୂଚନା ମିଳିଛି। ଗାଁ ଦାଣ୍ଡରେ ହାତୀ ବୁଲୁଛି । ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁ ଲୋକମାନେ କବାଟ ବନ୍ଦ କରି ଘରେ ରହୁଛନ୍ତି । ଏ ସମ୍ପର୍କରେ ଖବରପାଇ କୋମନା ବନବିଭାଗ କର୍ମଚାରୀ ହାତୀପଲକୁ ଘଉଡାଇବା ପାଇଁ ଚେଷ୍ଟା କରୁଛି । ଅପରପକ୍ଷେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନବିଭାଗ ଲୋକଙ୍କୁ ସଚେତନ କରୁଛି ।

ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଛୋଟ ଛୁଆ ମଧ୍ୟ ଘର ଭିତରେ ୨୪ ଘଣ୍ଟା ବନ୍ଦ ହୋଇ ରହୁଛନ୍ତି । ଗାଁ ଭିତରକୁ ହାତୀପଲ ପଶି ଗାଁ ଭିତରେ ବୁଲୁଛି । ହାତୀର ଗର୍ଜନ ଶୁଣି ଭୟରେ ଥରୁଛନ୍ତି ଗ୍ରାମବାସୀ ।

ଦିନ ସମୟରେ ବି ଘର ଆଗରେ ବୁଲିଛନ୍ତି ୨୪ଟିକିଆ ହାତୀ । ଏହି ହାତୀପଲ ଗାଁ ଭିତରକୁ ପ୍ରବେଶ ନେଇ ବନବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନବିଭାଗ ଚିନ୍ତାରେ । ଯେପରି କାହାର କୌଣସି କ୍ଷତି ନହେଉ ସେଥିପ୍ରତି ସଜାଗ ରହିଛି ବନବିଭାଗ । ବାରମ୍ବାର ଡାକବାଜି ଯନ୍ତ୍ରରେ ସତର୍କ କରାଉଛି ଗ୍ରାମବାସୀଙ୍କୁ ।

କେହି ଘରୁ ନବାହାରିବା ପାଇଁ ଅନୁରୋଧ କରିଛି । ଅନ୍ୟପକ୍ଷରେ ହାତୀପଲକୁ ଗାଁରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ବନବିଭାଗ । ଅନେକ ପ୍ରକାରର ବାଣ ଫୁଟାଇବା ସହ ନିଆଁ ଜଳାଇ ହାତୀକୁ ଡରାଉଛି । ହେଲେ ଜିଦଖୋର ହାତୀପଲ ଏହାକୁ ମଧ୍ୟ ଡରୁ ନାହାଁନ୍ତି । ଗାଁରେ ଏହି ହାତୀପଲଙ୍କ ପ୍ରବେଶକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଆଖପାଖ ଗାଁ ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ରହିଛନ୍ତି । ଯଦି ଏହି ହାତୀପଲ ପାଖ ଗାଁକୁ ପଳାଏ ତେବେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ବନବିଭାଗ ଆଶଙ୍କା କରୁଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.