ETV Bharat / state

କେନ୍ଦୁଝରରେ ହାତୀ ଆତଙ୍କ: ଭାଙ୍ଗିଲେ ପାଚେରୀ, ଖାଇଲେ ଫସଲ - ଚମ୍ପୁଆରେ ହାତୀ ଆତଙ୍କ

ଚମ୍ପୁଆରେ ହାତୀ ଆତଙ୍କ । ନନ୍ଦପୁର ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ କଲେ ନଷ୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର
author img

By

Published : Sep 16, 2019, 2:39 PM IST

କେନ୍ଦୁଝର: ଚମ୍ପୁଆ ରେଞ୍ଜରେ କମିବାର ନାଁ ଧରୁ ନାହିଁ ହାତୀ ଆତଙ୍କ । ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଛନ୍ତି ୨୨ ଟିକିଆ ଝାରଖଣ୍ଡୀ ହାତୀ ପଲ । ରବିବାର ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜରୁ ବୈତରଣୀ ନଦୀ ପାର ହୋଇ ନନ୍ଦପୁର ଗ୍ରାମକୁ ଧସେଇ ପସିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

ନନ୍ଦପୁର ଗ୍ରାମର ଶ୍ରବଣ ମୁଣ୍ଡାଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି । ସେହିପରି ରାଧାକାନ୍ତ ମହାନ୍ତଙ୍କ ଘରର ପାଚେରୀ ଏବଂ ବରପଦା ଗ୍ରାମର ମିତ୍ରଭାନୁ ମହାନ୍ତଙ୍କ କୋବି ବାଡ଼ି ନଷ୍ଟ କରିଛନ୍ତି । ଏହାସହ ଗାଁର ସହଦେବ ମୁଣ୍ଡାଙ୍କ ପରିବା ଓ ଧାନ ଚାଷ ନଷ୍ଟ କରିଦେଇଛନ୍ତି ହାତୀପଲ । ହାତୀପଲକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ପୁଣି ଚମ୍ପୁଆ ରେଞ୍ଜ କୁ ଫେରିଲେ ହାତୀପଲ ବର୍ଦ୍ଧନା ଜଙ୍ଗଲ ରେ ଡେରା ପକାଇଛନ୍ତି ୨୨ ଟିକିଆ ଝାରଖଣ୍ଡୀ ହାତୀ ପଲ Body:
ଆଙ୍କର - ଚମ୍ପୁଆ ରେଞ୍ଜରେ କମିବାର ନାଁ ଧରୁ ନାହିଁ ହାତୀଙ୍କ ଆତଙ୍କ ଗତକାଲି ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜ ରୁ ବୈତରଣୀ ନଦୀ ପାର ହୋଇ ନନ୍ଦପୁର ଗ୍ରାମକୁ ଧସେଇ ପସିଛନ୍ତି। ନନ୍ଦପୁର ଗ୍ରାମର ଶ୍ରବଣ ମୁଣ୍ଡା ଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି। ସେହିପରି ରାଧାକାନ୍ତ ମହାନ୍ତ ଙ୍କ ଘରର ପାଚେରୀ ଏବଂ ବରପଦା ଗ୍ରାମର ମିତ୍ରଭାନୁ ମହାନ୍ତ ଙ୍କ କୋବି ବାଡ଼ି ମାଡି ଚକଟି ନଷ୍ଟ କରିବା ସହିତ ସହଦେବ ମୁଣ୍ଡା ଙ୍କ ପନିପରିବା ଓ ଧାନ ଚାଷ ନଷ୍ଟ କରିଦେଇଛନ୍ତି ହାତୀପଲ ।ଏଇ ହାତୀ ପଲ ରେ ଅଛନ୍ତି ୨୨ ଟି ହାତୀପଲ । ହାତୀପଲ କୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ବର୍ଦ୍ଧନା ଜଙ୍ଗଲ ରେ ଡେରା ପକାଇ ଛନ୍ତି ଏଇ ୨୨ ଟିକିଆ ହାତୀପଲ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.