ETV Bharat / state

ପୁଣି ହାତୀ ଉପଦ୍ରବ, ଭୟରେ ଗ୍ରାମବାସୀ - Elephant attack the crop field

କେନ୍ଦୁଝର ଜିଲ୍ଲା ବାମବାରି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ନୟାଗଡ଼ ଓ କଟୁପାଲି ଅଞ୍ଚଳରେ ଗୋଟେ ହାତୀ ଗାଁ ଭିତରକୁ ପଶି ଆସି ଫସଲ ନଷ୍ଟ କରିଛି । ଫଳରେ ଭୟରେ ଆତଙ୍କିତ ହୋଇଛନ୍ତି ଗ୍ରାମବାସୀ ।

ପୁଣି ହାତୀ ଉପଦ୍ରବ, ଭୟରେ ଗ୍ରାମବାସୀ
author img

By

Published : Oct 13, 2019, 12:33 PM IST

କେନ୍ଦୁଝର: ଥମିବାର ନାଁ ଧରୁନି ହାତୀ ଉପଦ୍ରବ। ହାତୀ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । କିଛି ଦିନର ନୀରବତା ପରେ ପୁଣି ଦନ୍ତା ହାତୀ ତାର ଉତ୍ପାତ ଆରମ୍ଭ କରିଛି । ରବିବାର ରାତିରେ ଗାଁ ଭିତରକୁ ଗୋଟେ ହାତୀ ପଶି ଫସଲ ନଷ୍ଟ କରିଦେଇଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମବାରି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ନୟାଗଡ଼ ଓ କଟୁପାଲି ଅଞ୍ଚଳରେ।

ପୁଣି ହାତୀ ଉପଦ୍ରବ, ଭୟରେ ଗ୍ରାମବାସୀ

ଦନ୍ତାଟି ଉକ୍ତ ଅଞ୍ଚଳରେ ଥିବା ଧାନ ଫସଲ ଖାଇଯିବା ଜନବସତୀ ଆଡକୁ ମାଡି ଆସିଥିଲା । ଗ୍ରାମବାସୀ ମାନେ ହାତୀଟିକୁ ଘଉଡାଇବା ପାଇଁ ଚେଷ୍ଟା କରିଥିବା ବେଳେ ହାତୀଟି ଲୋକଙ୍କୁ ଓଲଟା ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ବିଲ ଭିତରୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ହାତୀଙ୍କ ଲଗାତାର ଏଭଳି ଉତ୍ପାତରେ ଗ୍ରାମବାସୀ ସବୁବେଳେ ଭୟଭୀତ ରହୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଦନ୍ତା ହାତୀର ଉପଦ୍ରବ, ଭୟରେ ଗ୍ରାମବାସୀBody:
ଆଙ୍କର- କେନ୍ଦୁଝରରେ ଦନ୍ତା ହାତୀର ଉପଦ୍ରବ ଥମିବାର ନାଁ ଧରୁନାହିଁ । କିଛି ଦିନର ନୀରବତା ପରେ ଏକ ଗୋଠ ଛଡା ଦନ୍ତା ହାତୀ ତାର ଉତ୍ପାତ ଆରମ୍ଭ କରିଛି । ଗତ ରାତିରେ ଗାଁ ଭିତରକୁ ପଶିବା ସହ ଧନ ଜୀବନ ନଷ୍ଟ କରିଛି । ଏହି ଘଟଣା ଘଟିଛି ବାମବାରି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ନୟାଗଡ଼ ଓ କଟୁପାଲି ଅଞ୍ଚଳରେ। ଉକ୍ତ ଗୋଠ ଛଡା ଦନ୍ତା ହାତୀଟି ଉକ୍ତ ଅଞ୍ଚଳରେ ଥିବା ଧାନ ଫସଲ ଖାଇଯିବା ସହ ଫସଲ ମାଡି ନଷ୍ଟ କରି ପକାଇଛି । ଗ୍ରାମବାସୀ ମାନେ ହାତୀ ଟିକୁ ଘଉଡାଇବା ପାଇଁ ଚେଷ୍ଟା କରିଥିବା ବେଳେ ହାତୀ ଟି ଲୋକଙ୍କୁ ଓଲଟା ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଜଣା ପଡ଼ିଛି । ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ବିଲ ଭିତରୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଗୋଠ ଛଡାର ଏହି ଉତ୍ପାତ ରେ ଗ୍ରାମବାସୀ ମାନେ ଭୟଭୀତ ହୋଇ ଅଛନ୍ତି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.