ETV Bharat / state

ଦନ୍ତା ହାତୀ ଆକ୍ରମଣରେ 2 ମୃତ - attack

କେନ୍ଦୁଝରରେ ଦନ୍ତା ହାତୀ ଆତଙ୍କ । ଦନ୍ତା ଆକ୍ରମଣରେ ଜିଲ୍ଲାରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ 2 ଜଣ ହେଲେ ଜଗନ୍ନାଥ ମଲ୍ଲିକ ଓ ହଦଗଡ଼ ବନଖଣ୍ଡ ଅଧୀନ କାନପୁର ଗାଁର ସଞ୍ଜୁଲତା ରାଉତ ।

ଫଟୋ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର
author img

By

Published : May 18, 2019, 10:06 AM IST

କେନ୍ଦୁଝର: ଗାଁ ମୁହାଁ ବଣୁଆ ହାତୀ । କେନ୍ଦୁଝରରେ ଏହି ଦନ୍ତା ହାତୀ ଆତଙ୍କ ସୃଷ୍ଟି କରିଛନ୍ତି । ଦନ୍ତା ଆକ୍ରମଣରେ ଜିଲ୍ଲାରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ଅନୁଯାୟୀ ମୃତକ 2 ଜଣ ହେଲେ କେନ୍ଦୁଝର ଜିଲ୍ଲା ଶୋଷ ଥାନା ଅନ୍ତର୍ଗତ ନୁଆରଗୁଡି ଗ୍ରାମର ଜଗନ୍ନାଥ ମଲ୍ଲିକ ଓ ହଦଗଡ଼ ବନଖଣ୍ଡ ଅଧୀନ କାନପୁର ଗାଁର ସଞ୍ଜୁଲତା ରାଉତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଜଗନ୍ନାଥ ଶୌଚ ହେବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ବଣୁଆ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ପର୍କୀୟମାନେ ଆଗରପଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାର ଜଣାପଡିଛି ।

ସେହିପରି ମୃତ ମହିଳା ସଞ୍ଜୁଲତା ବାଘୁଆ ଆମ୍ବତୋଟାକୁ ୪ ଜଣ ମହିଳାଙ୍କ ସହ ଯାଇଥିଲେ । ଏହି ସମୟରେ ସଞ୍ଜୁ ଦନ୍ତାହାତୀ ହାବୁଡରେ ପଡ଼ି ପ୍ରାଣ ହରାଇଥିଲେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.