କେନ୍ଦୁଝର: ଥମିବାର ନାଁ ନେଉନି ହାତୀ ଉପଦ୍ରବ । କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ କାଣ୍ଡସର ଗାଁ ନିକଟରେ 10 ଟିକିଆ ହାତୀ ପଲରୁ ଚାରୋଟି ହାତୀ ଅଲଗା ହୋଇ ରହିଛନ୍ତି । ଯାହାଫଳରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଏହି 4ଟିକିଆ ହାତୀ ପଲରେ ଦୁଇଟି ଛୁଆ ହାତୀ ଓ ଦୁଇଟି ବଡ଼ ହାତୀ ରହିଥିବା ବେଳେ ଗାଁ ଠାରୁ ଶହେ ମିଟର ଦୂରରେ ଅଛନ୍ତି ଏହି ହାତୀ ପଲ । ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ହାତୀ ଦ୍ବାରା ଯେପରି ସାଧାରଣ ଲୋକଙ୍କ କ୍ଷୟକ୍ଷତି ନହେବ ସେନେଇ ସଜାଗ ଅଛନ୍ତି ।
ବର୍ତ୍ତମାନ ବିଲରେ ପାଚିଲା ଧାନ ଥିବାରୁ କିପରି ହାତୀ ମାନଙ୍କ ଦାଉରୁ ବର୍ଷକ ଅର୍ଜିତ ଫସଲକୁ ରକ୍ଷା କରାଯାଇ ପାରିବ ସେନେଇ ଗାଁ ଲୋକେ ଚାରିଆଡ଼େ ହାତୀକୁ ଜଗି ରହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ