କେନ୍ଦୁଝର: ସରକାର ଗାଁ ଗାଁକୁ ମାଗଣାରେ ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଦୁର୍ଗମ ଅଞ୍ଚଳ ହେଉ ବା ମାଳ ଅଞ୍ଚଳ ସବୁଠି ବିଜୁଳି ପହଞ୍ଚାଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ କେଉଁଠି ବିଜୁଳି ପହଞ୍ଚାଇବା ନେଇ ଲୋକେ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ହେଉଛି ତ କେଉଁଠି ବିଜୁଳି ପହଞ୍ଚି ବିଜୁଳି ନ ଜାଳି ମଧ୍ୟ ବିଲ ଦେଉଥିବା ଅଭିଯୋଗ ହୋଇଛି ।
ଏଭଳି ଏକ ଗାଁ ହେଉଛି ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ପଞ୍ଚାୟତର ଜମିରଡ଼ିହି ଗ୍ରାମ । ବଣ ଜଙ୍ଗଲ ଘେରା ଏହି ଦୁର୍ଗମ ଗ୍ରାମକୁ ସରକାରଙ୍କ ନିଶୁକ୍ଳ ବିଜୁଳି ଯୋଜନାରେ ସାମିଲ ହୋଇଛି । ସବୁ ଘରକୁ ବିଜୁଳି ଯୋଗାଇ ମଧ୍ୟ ଦିଆଯାଇଛି । କିନ୍ତୁ ବିଜୁଳି ଆସିବାର କିଛି ମାସ ପରେ ଏବେ ସମୂର୍ଣ୍ଣ ବିଜୁଳି କାଟ କରିଦିଆଯାଇଛି ।
ତେବେ ଗ୍ରାମଟି ହାତୀ ଉପଦ୍ରବ ଅଞ୍ଚଳ ମଧ୍ୟରେ ଆସୁଥିବାରୁ ରାତିରେ ହାତୀ ପଶିବାର ମଧ୍ୟଭୟ ରହୁଛି । ବନ ବିଭାଗ ଦେଇଥିବା ଟ୍ରର୍ଟ୍ଟ ମଧ୍ୟ ଚାର୍ଜ ହୋଇପାରୁ ନଥିବାରୁ କିଛି ଲାଭ ହୋଇପାରୁନାହିଁ ।
ଏପଟେ ବିଜୁଳି ସଂଯୋଗ ନଥିବା ସତ୍ତ୍ବେ ସମସ୍ତ ଘରକୁ ବିଲ ପଠାଉଛି ବିଜୁଳି ବିଭାଗ । କାହାର 500 ଶହ ତ ଆଉ କାହାର 5000 ହଜାରର ବିଲ୍ ଆସୁଛି । ତେଣୁ ବିଜୁଳି ନ ଜାଳି ଏତେ ଟଙ୍କାର ବିଲ କଣ ପାଇଁ ଦେବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ବିଲ୍ ବିଷୟରେ ଜାଣିନଥିବା ପ୍ରକାଶ କରିଥିଲେ । ଏଥିସହ ଗ୍ରାମକୁ କଣ ପାଇଁ ବିଜୁଳି କଟାଯାଇଛି ଏବଂ କର୍ମଚାରୀ ଯାଉନଥିବା ସେ ନେଇ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ