ETV Bharat / state

ନିୟମ ଭାଙ୍ଗୁଛନ୍ତି ଶିକ୍ଷା ବିଭାଗ ଅଧିକାରୀ, ସ୍କୁଲରେ ଚାଲିଛି ବୈଠକ

author img

By

Published : Aug 25, 2020, 1:25 PM IST

Updated : Aug 25, 2020, 3:14 PM IST

କେନ୍ଦୁଝର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଆଦେଶ ଅନୁଯାୟୀ ଜମାଖାତାରେ ଥିବା ସୁଧଟଙ୍କାକୁ ଚେକ ସାହାଯ୍ୟରେ ଫେରାଇବାକୁ ଏହି ବୈଠକ ଆୟୋଜନ କରାଯାଇଥିଲା । ତେବେ ଏହି ବୈଠକ ପ୍ରାରମ୍ଭ ହେବାକୁ ଥିବା ବେଳେ ସାମ୍ବାଦିକମାନେ ସେଠାରେ ପହଞ୍ଚିବାରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ନିୟମ ଭାଙ୍ଗୁଛନ୍ତି ଶିକ୍ଷା ବିଭାଗର ଅଧିକାରୀ, କୋରୋନା କାଳରେ ସ୍କୁଲରେ ଚାଲିଛି ବୈଠକ

ଆନନ୍ଦପୁର: କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସଭାସମିତି ଓ ବୈଠକ ଆଦି ଉପରେ କଟକଣା ଲଗାଇଥିବାବେଳେ ଆନନ୍ଦପୁର ଉପଖଣ୍ଡରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ନିୟମ ଭାଙ୍ଗୁଛନ୍ତି ଶିକ୍ଷା ବିଭାଗର ଅଧିକାରୀମାନେ। ଆନନ୍ଦପୁର ଉପଖଣ୍ଡ ସାଇଁକୁଳ ସ୍ଥିତ ବାନରସେନା ଉପ୍ରା ବିଦ୍ୟାଳୟରେ ପାଖାପାଖି ୧୦୦ଟି ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ଏକତ୍ର କରି ଏକ ବୈଠକର ଆୟୋଜନ କରାଯାଉଥିଲା।

ନିୟମ ଭାଙ୍ଗୁଛନ୍ତି ଶିକ୍ଷା ବିଭାଗ ଅଧିକାରୀ, ସ୍କୁଲରେ ଚାଲିଛି ବୈଠକ

କେନ୍ଦୁଝର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଆଦେଶ ଅନୁଯାୟୀ ଜମାଖାତାରେ ଥିବା ସୁଧଟଙ୍କାକୁ ଚେକ ସାହାଯ୍ୟରେ ଫେରାଇବାକୁ ଏହି ବୈଠକ ଆୟୋଜନ କରାଯାଇଥିଲା। ତେବେ ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ସମୟରେ ଶତାଧିକ ଲୋକଙ୍କୁ ଗୋଟିଏ ସ୍କୁଲରେ ବିନା ସାମାଜିକ ଦୂରତାରେ ଏକାଠି କରିବା କେତେଦୂର ଯଥାର୍ଥ। ଏହି ବୈଠକ ପ୍ରାରମ୍ଭ ହେବାକୁ ଥିବା ବେଳେ ସାମ୍ବାଦିକମାନେ ସେଠାରେ ପହଞ୍ଚିବାରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ସରକାରଙ୍କ ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ ନୁହଁ ଅଧିକାରୀ ମାନେ ମଧ୍ୟ ଏହି ନିୟମକୁ ମାନିବା ଉଚିତ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Aug 25, 2020, 3:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.