ETV Bharat / state

ଲକଡାଉନ ଚେକିଂ: ଆମ୍ବୁଲାନ୍ସରୁ ରୋଗୀ ବଦଳରେ ମିଳିଲେ ଯାତ୍ରୀ - covid -19

ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଜର୍ଦ୍ଦା ନିକଟରେ ଅଘଟଣ । ଯାଞ୍ଚ ବେଳେ 108 ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାତ୍ରୀ ଯାଉଥିବା ନଜର ଆସିଛି । ଅଧିକ ପଢନ୍ତୁ...

During the lockdown, the ambulance was called in to replace the patient
ଲକଡାଉନ ଚେକିଂ ବେଳେ ଆମ୍ବୁଲାନ୍ସରୁ ରୋଗୀ ବଦଳରେ ମିଳିଲେ ଯାତ୍ରୀ
author img

By

Published : Mar 30, 2020, 9:04 PM IST

ଆନନ୍ଦପୁର: କୋରୋନା ପାଇଁ ଭାରତକୁ ଲକଡାଉନ କରାଯାଇଛି । ଏହି କ୍ରମରେ ସାରା ରାଜ୍ୟରେ ମଧ୍ୟ ଲକଡାଉନ ଜାରି ହୋଇଛି । ଲକଡାଉନ ଯୋଗୁଁ ପୋଲିସ ପକ୍ଷରୁ ସହରର ବିଭିନ୍ନ ଗଳିକନ୍ଦିରେ କଡାକଡି ଯାଞ୍ଚ କରାଯାଉଛି । ଏହି ଯାଞ୍ଚ ବେଳେ ଏକ ଅବିଶ୍ବସନୀୟ ଘଟଣା ସାମନାକୁ ଆସିଛି । 108 ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାତ୍ରୀ ଯାଉଥିବା ନଜର ଆସିଛି । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଜର୍ଦ୍ଦା ନିକଟରେ ।

ଲକଡାଉନ ଚେକିଂ ବେଳେ ଆମ୍ବୁଲାନ୍ସରୁ ରୋଗୀ ବଦଳରେ ମିଳିଲେ ଯାତ୍ରୀ

ଲକଡାଉନ ପାଇଁ ପୋଲିସ ରାସ୍ତାରେ ଚେକିଂ କରୁଥିବା ବେଳେ ୧୦୮ ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଆମ୍ବୁଲାନ୍ସରେ ରୋଗୀ ବଦଳରେ ୯ ଜଣ ଯାତ୍ରୀ ଯାଉଥିବା ଦେଖିବାକୁ ମିଳିଥିଲା । ଉକ୍ତ ଯାତ୍ରୀମାନେ କେନ୍ଦୁଝରରୁ ପଦ୍ମପୁର ଯାଉଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ସମଗ୍ର ଦେଶ ବନ୍ଦ ଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭରର ଏଭଳି କାର୍ଯ୍ୟ ନିଶ୍ଚିତ ରୂପେ ନିନ୍ଦନୀୟ । ଉକ୍ତ ଘଟଣାକୁ ନେଇ ରାମଚନ୍ଦ୍ରପୁର ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଗାଡିକୁ ଅଟକ ରଖିବା ସହିତ ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.