ETV Bharat / state

ଘରେ ପଶୁଛି ବର୍ଷାପାଣି, ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇଲେ ୱାର୍ଡବାସୀ - ପୌରପାଳିକା କାର୍ଯ୍ୟାଳୟରେ ପକାଇଲେ ତାଲା

ଅସରାଏ ବର୍ଷା ରେ ଘରେ ପାଣି ପଶିବା ନେଇ ପୌରପାଳିକା କାର୍ଯ୍ୟାଳୟ ତାଲା ପକେଇଲେ ୱାର୍ଡବାସୀ । ଅଧିକ ପଢନ୍ତୁ...

ବର୍ଷା ପାଣି ଘରେ ପଶିବାରୁ ଅତିଷ୍ଟ ହେଲେ  ୱାର୍ଡବାସୀ, ପୌରପାଳିକା କାର୍ଯ୍ୟାଳୟରେ ପକାଇଲେ ତାଲା

author img

By

Published : Jul 30, 2021, 2:55 PM IST

କେନ୍ଦୁଝର: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବରେ ଗତ ୨ଦିନ ହେବ କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳରେ ବର୍ଷା ଲାଗିରହିଛି । ତେବେ ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ସହରର ବିଭିନ୍ନ ୱାର୍ଡରେ ଏବେ ପାଣି ଜମିରହିଛି । ବିଶେଷ କରି ସହରର ୯ ନମ୍ବର ୱାର୍ଡ, ୧୦ ନମ୍ବର ୱାର୍ଡ ଗୁଡିକର ଅନେକ ଘର ଗୁଡିକରେ ବର୍ଷା ପାଣି ପଶି ଥିବା ବେଳେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ୱାର୍ଡ ବାସିନ୍ଦା ।

ବର୍ଷା ପାଣି ଘରେ ପଶିବାରୁ ଅତିଷ୍ଟ ହେଲେ ୱାର୍ଡବାସୀ, ପୌରପାଳିକା କାର୍ଯ୍ୟାଳୟରେ ପକାଇଲେ ତାଲା

ଏଥିରେ ଅତିଷ୍ଟ ହୋଇ ୱାର୍ଡର ବାସିନ୍ଦା ମାନେ ଆଜି କେନ୍ଦୁଝର ଗଡ଼ ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିଥିଲେ । କାର୍ଯ୍ୟାଳୟ ଘେରାଉ କରିବା ସହ ଗେଟ ବନ୍ଦ କରି ବସି ରହିଥିଲେ ୱାର୍ଡବାସୀ । ୱାର୍ଡ ଗୁଡିକରୁ ପାଣି ନିଷ୍କାସନ ନହେବା ପର୍ଯ୍ୟନ୍ତ ଏଭଳି ଗେଟ ବନ୍ଦ କରି ରହିବେ ବୋଲି ୱାର୍ଡବାସୀ ଅଡ଼ି ବସିଥିଲେ । ଏନେଇ ପୌରପାଳିକାର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ୱାର୍ଡ ଗୁଡିକରୁ ପାଣି ଦମକଳ ବାହିନୀ ଦ୍ୱାରା ନିଷ୍କାସନ କରାଯାଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.