କେନ୍ଦୁଝର: ନିରାଡ଼ମ୍ବର ଭାବେ ବାଲୁଙ୍କେଶ୍ବର ବିବାହ ପାଳିତ ହୋଇଛି । ମହାଦେବଙ୍କ ବିବାହ ସବୁବର୍ଷ ଶୀତଳ ଷଷ୍ଠୀରେ ବହୁ ଆଡ଼ମ୍ବରରେ ପାଳିତ ହୋଇଥାଏ । ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । କିନ୍ତୁ ଚଳିତବର୍ଷ ଲକ ଡାଉନ ପାଇଁ ଫିକା ପଡିଲା ଶୀତଳ ଷଷ୍ଠୀ ଉତ୍ସବ ।
ରାଜ୍ୟର ମୁଖ୍ୟ ଶୈବପୀଠ ଗୁଡିକ ପରି କେନ୍ଦୁଝରର ବାଲୁଙ୍କେଶ୍ବର ମହାଦେବଙ୍କ ବିବାହ ନିରାଡ଼ମ୍ବର ଭାବେ ପାଳିତ ହୋଇଛି । ଦେବ ଦମ୍ପତିଙ୍କ ବିବାହ ରାତ୍ରରେ ରୀତିନୀତି ଅନୁଯାୟୀ ପୂଜକ କାର୍ଯ୍ୟ ସମ୍ପାଦନ କରିଥିଲେ । ସରକାରୀ କଟକଣାକୁ ମାନି ମନ୍ଦିର ପ୍ରଶାସନ ଶିବ ପାର୍ବତୀଙ୍କ ବିବାହ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କରିଥିଲେ ।
ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ