ETV Bharat / state

ଜିଲ୍ଲାରେ ନାହିଁ ରିଭିଜିନାଲ କୋର୍ଟ, ସମ୍ବଲପୁର ଉପରେ ନିର୍ଭର କରୁଛନ୍ତି କେନ୍ଦୁଝରବାସୀ - ବାର ଆସୋସିଏସନ

କେନ୍ଦୁଝର ଜିଲ୍ଲା ଅବିଭକ୍ତ ଜିଲ୍ଲା ହୋଇଥିଲେ ବି ଭୂବନ୍ଦୋବସ୍ତ କାର୍ଯ୍ୟ ପାଇଁ ସୁଦୂର ସମ୍ବଲପୁରରେ ଥିବା କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡୁଛି । ଏନେଇ କୋର୍ଟକୁ କେନ୍ଦୁଝର ଠାରେ ତୁରନ୍ତ ସ୍ଥାପନା ସହ କାର୍ଯ୍ୟକ୍ଷମ କରିବାକୁ ଓକିଲ ମାନେ ଦାବି କରିଛନ୍ତି । ଅଧିକ ପଢନ୍ତୁ

district lawyers association
district lawyers association
author img

By

Published : Apr 12, 2023, 10:02 AM IST

district lawyers association

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଏକ ଅବିଭକ୍ତ ଜିଲ୍ଲା ଭାବେ ପରିଗଣିତ । ଏହି ଜିଲ୍ଲା ଆଦିବାସୀ ବହୁଳ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିନା ଭୂବନ୍ଦୋବସ୍ତରେ ରହିଅଛି । ଜିଲ୍ଲାଟି ଅବିଭକ୍ତ ଜିଲ୍ଲା ହୋଇଥିଲେ ବି ଭୂବନ୍ଦୋବସ୍ତ କାର୍ଯ୍ୟ ପାଇଁ ସୁଦୂର ସମ୍ବଲପୁରରେ ଥିବା କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡୁଛି । ଫଳରେ ଗରିବ ଆଦିବାସୀ ଅଧ୍ୟୁଷିତ ଲୋକେ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ତେଣୁ ବହୁ ସଂଗଠନ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ତେବେ ଏନେଇ ଗତକାଲି କେନ୍ଦୁଝର ଜିଲ୍ଲାର ବହୁ ପ୍ରତିକ୍ଷିତ ଭୂବନ୍ଦୋବସ୍ତ ବିଭାଗର ଅତିରିକ୍ତ ରିଭିଜିନାଲ କୋର୍ଟ କାର୍ଯ୍ୟକ୍ଷମ ପାଇଁ ବାର ଆସୋସିଏସନ ପକ୍ଷରୁ ରାଜସ୍ୱ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ବାର ଆସୋସିଏସନର କହିବାନୁସାରେ, ସମଗ୍ର ଓଡ଼ିଶାରେ ୧୧ଟି ଏଭଳି କୋର୍ଟ ସ୍ଥାପନା ପାଇଁ ୨୦୨୧ ରେ ସରକାର ନିଷ୍ପତ୍ତି ନେଇଥିଲେ । ସେହି କ୍ରମରେ ଓଡ଼ିଶାରେ ୯ଟି କୋର୍ଟ କାର୍ଯ୍ୟକ୍ଷମ ହୋଇ ସାରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦୁଝରରେ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ବର୍ତ୍ତମାନ ଏହି କୋର୍ଟ ୩୫୦ କିମି ଦୂର ସମ୍ବଲପୁର ଠାରେ କାର୍ଯ୍ୟ କରୁଅଛି ।

ଏହା ମଧ୍ୟ ପଢନ୍ତୁ- Archana Nag gets Bail: ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଏହା ମଧ୍ୟ ପଢନ୍ତୁ-Siddhant Mahapatra Exclusive Interview: ପୁଣି ନିର୍ବାଚନ ଲଢିବେ କି ସିଦ୍ଧାନ୍ତ ?

ଫଳରେ କେନ୍ଦୁଝର ର ଗରିବ ଲୋକ ମାନଙ୍କୁ ସେଠାରେ ଯାଇ କାମ କରିବାକୁ ହେଲେ ଅନେକ ପଇସା ଖର୍ଚ୍ଚ କରିବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏହି କୋର୍ଟକୁ କେନ୍ଦୁଝର ଠାରେ ତୁରନ୍ତ ସ୍ଥାପନା ସହ କାର୍ଯ୍ୟକ୍ଷମ କରିବାକୁ ଓକିଲ ମାନେ ଦାବି କରିଛନ୍ତି । ତେଣୁ ଆଜି ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ନେତୃତ୍ୱରେ ଶତାଧିକ ଓକିଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବି ନ ମାନିଲେ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

ଏନେଇ ଜିଲ୍ଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି, ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜସ୍ବ ମନ୍ତ୍ରୀ ଓ ରାଜସ୍ବ ସଚିବଙ୍କ ନିକଟକୁ ଏକ ଦାବିପତ୍ର ପ୍ରେରଣ କଲୁ । 2021 ମସିହାରେ ବିଭିନ୍ନ ସ୍ଥାନରେ କୋର୍ଟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ କେନ୍ଦୁଝରରେ ଆଜି ପର୍ଯ୍ୟନ୍ତ କୋର୍ଟ ଖୋଲିପାରି ନାହିଁ । ତେଣୁ ଅବିଳମ୍ବେ କେନ୍ଦୁଝରରେ କୋର୍ଟ ଖୋଲିବାକୁ ଦାବିପତ୍ର ଦେଇଛୁ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.