ETV Bharat / state

ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଲୋଚନାଚକ୍ର

author img

By

Published : Jun 20, 2021, 5:16 PM IST

କୋରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସହ ଟିକାକରଣରୁ ବଞ୍ଚିତ ହେବା ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବୈଠକ । ଅଧିକ ପଢନ୍ତୁ...

ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଲୋଚନାଚକ୍ର
ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଲୋଚନାଚକ୍ର

ଆନନ୍ଦପୁର: ଓଡିଶା ଡ୍ରାଇଭର ମହାସଂଘର ଏକ ଜରୁରୀକାଳୀନ ବୈଠକ ହସନପୁର ଠାରେ ଆୟୋଜିତ ହୋଇଛି । ଏହି ବୈଠକରେ ଆନନ୍ଦପୁର, ଘଷିପୁରା ବ୍ଲକ ଡ୍ରାଇଭର ଭାଇମାନେ ଯୋଗ ଦେଇଛନ୍ତି । ଘଷିପୁରା ଓ ଆନନ୍ଦପୁର ବ୍ଲକ ସଭାପତି ଶରତ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅତିଥିଭାବେ ଭଦ୍ରକ ଜିଲ୍ଲାର ଓଡ଼ିଶା ଡ୍ରାଇଭର ମହାସଙ୍ଘର ସଭାପତି ଦିଲିପ୍ କୁମାର ସାହୁ, ଯାଜପୁର ଜିଲ୍ଲାର ଓଡ଼ିଶା ଡ୍ରାଇଭର ମହାସଙ୍ଘର ସଭାପତି ଶରତ ବେହେରା ଯୋଗଦାନ କରିଥିଲେ ।

ଏହି ବୈଠକରେ ଦିଲ୍ଲୀପ ସାହୁ କହିଛନ୍ତି ସରକାର ଡ୍ରାଇଭରଙ୍କ ପାଇଁ କିଛି ବି ସାହାଯ୍ୟ ସହଯୋଗ ଯୋଗାଇ ଦେଉନାହାଁନ୍ତି । ବସ୍ ଟ୍ୟାକ୍ସି ଡ଼୍ରାଇଭର ଭାଇମାନେ ଭୋକ ଉପାସରେ ରହୁଥିବାବେଳେ ସରକାରୀ ସାହାଯ୍ୟ ଯୋଗାଇ ଦେବାସହ ଡ଼୍ରାଇଭରଙ୍କୁ ଆଗଧାଡିର କୋରୋନା ଯୋଦ୍ଧା ଭାବେ ବିବେଚିତ କରି କୋରୋନା ଟିକା ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.