ETV Bharat / state

ଜାମିନରେ ବାହାରିଲେ ଖଣି ମହାଦୁର୍ନୀତିର ନାୟକ ଦୀପକ ଗୁପ୍ତା - ଖଣି ମହାଦୁର୍ନୀତିର ନାୟକ ଦୀପକ ଗୁପ୍ତା

ବହୁ ଚର୍ଚ୍ଚିତ ଉଲିବୁର ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଗୁରୁବାର ଜାମିନରେ କେନ୍ଦୁଝର ଜିଲ୍ଲା କାରାଗାରରୁ ବାହାରିଛନ୍ତି ।

ଜାମିନରେ ବାହାରିଲେ ଖଣି ମହାଦୁର୍ନୀତିର ନାୟକ ଦୀପକ ଗୁପ୍ତା

author img

By

Published : Oct 1, 2020, 2:05 PM IST

Updated : Oct 1, 2020, 5:53 PM IST

କେନ୍ଦୁଝର: ଜାମିନରେ ବାହାରିଲେ ଖଣି ମହାଦୁର୍ନୀତିର ନାୟକ ଦୀପକ ଗୁପ୍ତା । ବହୁ ଚର୍ଚ୍ଚିତ ଉଲିବୁର ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଗୁରୁବାର ଜାମିନରେ କେନ୍ଦୁଝର ଜିଲ୍ଲା କାରାଗାରରୁ ବାହାରିଛନ୍ତି ।

ଜାମିନରେ ବାହାରିଲେ ଖଣି ମହାଦୁର୍ନୀତିର ନାୟକ ଦୀପକ ଗୁପ୍ତା

ହାଇକୋର୍ଟ ତାଙ୍କୁ ବେଲ ପ୍ରଦାନ କରିବା ପରେ ଗୁରୁବାର ସକାଳୁ କାରାଗାରରୁ ସେ ମୁକ୍ତ ହୋଇଛନ୍ତି । ଏହି ବେଲ ପାଇଁ ତାଙ୍କୁ 2 ଜଣ ଜାମିନଦାର ଓ 1 କୋଟି ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର କୋର୍ଟ ।

ଦୀପକ ଗୁପ୍ତା 2013ମସିହା ସେପ୍ଟେମ୍ବର 6 ରେ ଗିରଫ ହୋଇ କେନ୍ଦୁଝର ଜିଲ୍ଲା କାରାଗାରରେ ଥିଲେ । 937 କୋଟି ଟଙ୍କାର ବହୁଚର୍ଚ୍ଚିତ ଉଲିବୁର ଖଣି ଦୁର୍ନୀତି ମାମଲାରେ ସେ ଗିରଫ ହୋଇଥିଲେ । ଏହି ମାମଲାରେ ଅନ୍ୟ 13 ଜଣ ଅଭିଯୁକ୍ତ ଜାମିନ ପାଇଛନ୍ତି।

ଏହି ମହାଦୁର୍ନୀତି ଘଟଣାରେ 2 ଟି କମ୍ପାନୀ ସହ 27 ଜଣଙ୍କ ବିରୁଧରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ପ୍ରକାଶ ଯେ ଏବେବି ବହୁ ଜଣଙ୍କୁ ଗିରଫ କରିପାରିନାହିଁ ଭିଜିଲାନ୍ସ । ସେମାନଙ୍କ ମଧ୍ୟରେ ଦୀପକଙ୍କ ପରିବାର ଲୋକେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Oct 1, 2020, 5:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.