କେନ୍ଦୁଝର: ଚୋରା ମଦ ମାଫିଆମାନଙ୍କୁ ବେଶ ସୁହାଉଛି ଲକ ଡାଉନ। ଏହି ସୁଯୋଗର ଫାଇଦା ନେଇ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମଦ ଭାଟି କରି ମଦର ବନ୍ୟା ସୃଷ୍ଟି କଲେଣି । ଘଟଗାଁ, ପାଟଣା ଓ ସାହରପଡା ବ୍ଲକର ବହୁ ଗାଁରେ ଚାଲିଛି ଚୋରା ମଦ ତିଆରି । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଞ୍ଚଳର 15ଟି ଗାଁରେ ଚଢାଉ କରିଛି ପୋଲିସ ।
![ତିନି କ୍ବିଣ୍ଟାଲ ପୋଚ ନଷ୍ଟ କଲା ଢେଙ୍କିକୋଟ ପୋଲିସ](https://etvbharatimages.akamaized.net/etvbharat/prod-images/od-kjr-01-madajabat-pic-dry-7203607_12052020131637_1205f_1589269597_872.jpg)
![ତିନି କ୍ବିଣ୍ଟାଲ ପୋଚ ନଷ୍ଟ କଲା ଢେଙ୍କିକୋଟ ପୋଲିସ](https://etvbharatimages.akamaized.net/etvbharat/prod-images/od-kjr-01-madajabat-pic-dry-7203607_12052020131637_1205f_1589269597_176.jpg)
ଚୋରା ମଦ ଭାଟିକୁ ଭାଙ୍ଗି ପୋଚ ନଷ୍ଟ କରିଥିବା ଜଣାପଡିଛି । ଆଜି ଧୋବାପିଟଣା ଗାଁର ମହିଳା ଗୋଷ୍ଠୀଙ୍କ ଠାରୁ ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଧୋବାପିଟଣା ନାଳକୂଳେ ଚାଲିଥିବା ମଦ ଭାଟିରେ ଚଢାଉ କରିଥିଲା । ଯେଉଁଥିରେ ୩ କ୍ବିଣ୍ଟାଲ ପୋଚ ନଷ୍ଟ କରିଥିବା ଜଣାପଡିଛି । ଏହି ପୋଚ ନଷ୍ଟ କରିବା ସହ ଏଥିରେ ବ୍ୟବହୃତ ବହୁ ଜିନିଷ ଜବତ କରିଛି ପୋଲିସ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ