କେନ୍ଦୁଝର: ମହାଦେବଙ୍କ ମହାଶିବରାତ୍ରି ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ଶୈବପୀଠଗୁଡିକରେ ସାମୟିକ ଭିଡ ପରିଲକ୍ଷିତ ହୋଇଛି । ବହୁ ସ୍ଥାନରେ ସାଧାରଣ ଦର୍ଶନ ବନ୍ଦ ରହିଥିବାବେଳେ କିଛି ମନ୍ଦିରରେ କଟକଣାକୁ ମାନି ଦର୍ଶନ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସର୍ବପୁରାତନ ଶୈବ ମନ୍ଦିର ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିରରେ ମଧ୍ୟ କୋରୋନା କଟକଣା ମଧ୍ୟରେ ମହାଦେବଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।
ମନ୍ଦିର ପ୍ରଶାସନ ପକ୍ଷରୁ ଗହଳିକୁ ଏଡାଇବା ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଏହାସହ ସିଟି କିଡ୍ସ ବିଦ୍ୟାଳୟ ପକ୍ଷରୁ ମନ୍ଦିରର ପ୍ରବେଶ ଦ୍ବାରରେ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଛି । ଶ୍ରଦ୍ଧାଳୁ ମଧ୍ୟ କରୋନା କଟକଣା ମାନି ଦର୍ଶନ କରିବା ସହ ବ୍ୟବସ୍ଥାରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ମନ୍ଦିର ପକ୍ଷରୁ ସାଧାରଣ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଥିବାବେଳେ ସନ୍ଧ୍ୟାରେ ଦୀପ ଜାଳି ଜାଗର ପାଇଁ ବାରଣ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ