ETV Bharat / state

ଆଦିବାସୀଙ୍କ ନିଆରା ପରମ୍ପରା, ବର୍ଷା ପାଇଁ ପୂଜା ପାଆନ୍ତି ମୁନିଋଷି

ଭଲ ବର୍ଷା ହେବା ପାଇଁ ମାଟିରେ ନିର୍ମିତ ମୁନି ଋଷିଙ୍କୁ ପୂଜା କଲେ ଆଦିବାସୀ । ଭକ୍ତିର ସହକାରେ ପୂଜା କଲେ ଭଲ ବର୍ଷା ହୋଇଥାଏ ବୋଲି ରହିଛି ବିଶ୍ବାସ । ଅଧିକ ପଢନ୍ତୁ...

deverent of tradition of the tribals Comunity, the Muni Rusi Puja made of clay for the rain
ଆଦିବାସୀଙ୍କ ନିଆରା ପରମ୍ପରା, ବର୍ଷା ପାଇଁ ମୁନିଋଷିଙ୍କୁ ପୂଜା
author img

By

Published : Jul 29, 2021, 2:55 PM IST

କେନ୍ଦୁଝର: ହାତରେ ହାତ ଛନ୍ଦି ଗୀତ ଗାଉଛନ୍ତି ଆଦିବାସୀ ମହିଳା । ଗୀତର ତାଳେ ତାଳେ ନାଚ ବି ଚାଲିଛି । ମୁନି ଋଷି ଖୁସି ହେଲେ ବର୍ଷା କରାଇବେ । ଆଉ ଏ ସନ ଭଲ ବର୍ଷା ହେଲେ ଭଲ ଚାଷ ବି ହେବ । ସେଇଥିପାଇଁ ତ ଆଦିବାସୀ ମାନେ ପ୍ରକୃତି ପୂଜା ଆରମ୍ଭ କରିଛନ୍ତି। ମାଟିରେ ମୁନିଋଷି ମୂର୍ତ୍ତି ନିର୍ମାଣ କରି ପୂଜା କରୁଛନ୍ତି କେନ୍ଦୁଝର ଜିଲ୍ଲାର ଆଦିବାସୀ ସଂପ୍ରଦାୟ ।

ଆଦିବାସୀଙ୍କ ନିଆରା ପରମ୍ପରା, ବର୍ଷା ପାଇଁ ମୁନିଋଷିଙ୍କୁ ପୂଜା

ମାଟିରେ ଦୁଇଟି ମୂର୍ତ୍ତି ନିର୍ମାଣ କରି ଫୁଲ ଓ ପତ୍ରରେ ଭଗବାନଙ୍କୁ ସଜେଇଛନ୍ତି । ପୂଜା ପରେ ଏକ ଟ୍ରଲିରେ ଗାଁ ଗାଁ ବୁଲାଉଛନ୍ତି । ପରେ ମୁନିଋଷିଙ୍କୁ ନଦୀରେ ବିସର୍ଜନ ବି କରିଛନ୍ତି । ଭକ୍ତିରେ ମୁନିଋଷି ଏପରି ପୂଜା କଲେ ଭଲ ବର୍ଷା ହୋଇଥାଏ ବୋଲି ବିଶ୍ବାସ ରହିଛି । ନିରୀହ ଆଦିବାସୀଙ୍କ ଏ ହେଉଛି ଏକ ଭିନ୍ନ ପରମ୍ପରା । କାହିଁ କେଉଁ କାଳରୁ ଏହି ପ୍ରଥା ଚାଲିଆସୁଛି ।

ପ୍ରତ୍ୟେକ ବର୍ଷରେ ଥରୁଟିଏ ଏହି ପୂଜା କରନ୍ତି ଆଦିବାସୀ । ଏହା ଅନ୍ଧ ବିଶ୍ବାସ ହୋଇଥାଇପାରେ । କିନ୍ତୁ ପରମ୍ପରା ମଧ୍ୟରେ ସେମାନଙ୍କ ବିଶ୍ବାସ ଲୁଚି ରହିଛି । ଚଳିତ ବର୍ଷ କୋରୋନା କଟକଣା ଥିଲେ ବି ନିଜ ପରମ୍ପରାକୁ ଭୁଲି ନାହାଁନ୍ତି ସେମାନେ । କଟକଣା ମାନି ମୁନିଋଷିଙ୍କୁ ପୂଜା କରିଛନ୍ତି । ଆଦିବାସୀଙ୍କ ଏହି ନିଆରା ପରମ୍ପରା ଜିଲ୍ଲାରେ ଆଜିବି ଉଦଜୀବିତ ରହିଛି । ଯେଉଁଥିରେ ପ୍ରତିଫଳିତ ହେଉଛି ସେମାନଙ୍କ ପରମ୍ପରାର ଝଲକ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.