ETV Bharat / state

ବିନ୍ଦୁ ସାଗରରେ ଡଙ୍ଗା ଭସାଇଲେ, ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଜଧାନୀବାସୀ - BOITA BANDANA AT BINDUSAGAR

କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ବିନ୍ଦୁ ସାଗରରେ ଡଙ୍ଗା ଭସାଇଲେ ରାଜଧାନୀବାସୀ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ।

Boita Bandana
Boita Bandana (ETV Bharat Odisha)
author img

By ETV Bharat Odisha Team

Published : Nov 15, 2024, 1:50 PM IST

ଭୁବନେଶ୍ୱର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ଉଦ୍ଦେଶ୍ୟରେ ହୋଇଥାଏ ଡଙ୍ଗାଭସା । ଧର୍ମ ମାସ କାର୍ତ୍ତିକରେ ଆମ ସଂସ୍କୃତି ପରମ୍ପରାର ନିଦର୍ଶନକୁ ନେଇ ଧର୍ମ ଡଙ୍ଗା ଭସାଇଛନ୍ତି ଲୋକେ । ଭୁବନେଶ୍ୱରରେ ମଧ୍ୟ ଜଳାଶୟରେ ଡଙ୍ଗା ଭସାଇ ଶ୍ରଦ୍ଧାଳୁ ପୁଣ୍ୟ ଅର୍ଜନ କରିଥିବାବେଳେ ଚଳଚଞ୍ଚଳ ରହିଛି ଏକାମ୍ର କ୍ଷେତ୍ର । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଭକ୍ତ ।

Boita Bandana (ETV Bharat Odisha)

ବିନ୍ଦୁସାଗରରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ:

ପବିତ୍ର ବିନ୍ଦୁ ସାଗରରେ ସହସ୍ର ଶ୍ରଦ୍ଧାଳୁ ଶ୍ରଦ୍ଧା ଓ ବିଶ୍ୱାସର ସହ ଡଙ୍ଗା ଭସାଇ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । କଦଳୀ ଡଙ୍ଗା, କାଗଜ ଡଙ୍ଗା ଏବଂ ସୋଲରେ ତିଆରି ରଙ୍ଗୀନ ଡଙ୍ଗା ଆଦି ଭସାଇଛନ୍ତି ରାଜଧାନୀବାସୀ । ଆମ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି । ' ଆ କା ମା ବୈ' କହି ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁ ଡଙ୍ଗା ଭସାଇ ଥିବାବେଳେ ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭୋର ୩ ଟାରୁ ଲୋକମାନେ ଶୁଦ୍ଧପୂତ ହୋଇ ଆସି ବନ୍ଦାପନା କରି ପରିବାର ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ଡଙ୍ଗା ଭସାଇ ଓଡ଼ିଆ ପରମ୍ପରାକୁ ମନେ ପକାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ସାଂସ୍କୃତିକ ପରିଷଦର 'ବୋଇତ ବନ୍ଦାଣ ଉତ୍ସବ'
ସେପଟେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ବିନ୍ଦୁସାଗରରେ କରାଯାଇଛି । ଭୁବନେଶ୍ୱର ମେୟର, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଙ୍ଗାକୁ ବିନ୍ଦୁ ସାଗରରେ ଭସାଇଥିଲେ । ଅଶୋକ ପଣ୍ଡା କହିଛନ୍ତି, "ଆଗାମୀ ଦିନରେ ଏକାମ୍ର ପ୍ରକଳ୍ପ ବା ଲିଙ୍ଗରାଜ ଆଇନ ପ୍ରଭୁ ତାଙ୍କର ଶକ୍ତି ଦେଇ କାର୍ଯ୍ୟକାରୀ କରାନ୍ତୁ ।" ଅନ୍ୟପଟେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି,"ଭୁବନେଶ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ବହୁତ ଲୋକ ହୋଇଛନ୍ତି । ସମସ୍ତେ ପରମ୍ପରାକୁ ଜାଣିବା ଦରକାର । ଆଉ ମୁଁ ସମସ୍ତଙ୍କ ମଙ୍ଗଳ କାମନା କରୁଛି । "

ଏହା ବି ପଢନ୍ତୁ...କାର୍ତ୍ତିକ ପୂର୍ଣ୍ଣିମା: ପୁରୀ ମହୋଦଧିରେ ଡଙ୍ଗା ଭସା, ଶ୍ରୀଜୀଉଙ୍କ ରାଜରାଜେଶ୍ଵର ବେଶ

ଏହା ବି ପଢନ୍ତୁ...ବାଲେଶ୍ୱରରେ ବୋଇତ ବନ୍ଦାଣ, ଭସାଇଲେ ୨୦୦ ଫୁଟ ଲମ୍ବ ଡଙ୍ଗା

ବିନ୍ଦୁସାଗର କୂଳରେ ସାଂସ୍କୃତିକ କାର୍ଯ୍ୟକ୍ରମ:
ବିନ୍ଦୁସାଗର କୂଳରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା । ବିଭିନ୍ନ ଜଣାଶୁଣା କଣ୍ଠଶିଳ୍ପୀ ମାନେ ଯୋଗ ଦେଇ ମନ୍ତ୍ରମୁଗ୍ଧ କଲା ଭଳି ଗୀତ ଗାଇବା ସହ ନୃତ୍ୟଶିଳ୍ପୀମାନେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଯାହା ସେଠାକାର ପରିବେଶକୁ ବେଶ ଭକ୍ତିମୟ କରିଥିଲା । ଆଉ ଲୋକମାନେ ଡ଼ଙ୍ଗା ଭସାଇ ଭକ୍ତିମୟ ଗୀତ ଶୁଣିବା ସହ ବେଶ ଖୁସି ହୋଇ ଘରକୁ ଫେରୁଥିବା ମତବ୍ୟକ୍ତ କରିଛନ୍ତି । ଏହାସହ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏକାମ୍ର ସାଂସ୍କୃତିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । କିଛି ପୁଅ ଝିଅ ସାଧବ ଓ ସାଧବାଣୀ ବେଶରେ ସଜେଇ ହୋଇଥିବା ଦେଖିବାକୁ ମିଳିଥିଲା । ଉତ୍କଳୀୟ ନୌବାଣିଜ୍ୟର ସ୍ମୃତିକୁ ମନେ ପକାଇ ଏଠାରେ ବନ୍ଦାଣ ଉତ୍ସବ କରାଯାଇଛି । ଏଥିରେ ବହୁ କର୍ପୋରେଟର ଓ ରାଜନେତାମାନେ ଉପସ୍ଥିତ ରହି ସମସ୍ତେ ମିଳିମିଶି ସଂଗଠନ ଦ୍ୱାରା ପ୍ରସ୍ତୁତ ଡଙ୍ଗା ଭସାଇଛନ୍ତି । ତେବେ ଏହି ଡଙ୍ଗାଭସା ମହୋତ୍ସବ ବା କାର୍ତ୍ତିକ ମହୋତ୍ସବ ଆମ ଉତ୍କଳୀୟ ପରମ୍ପରାର ଏକ ବଡ ନିଦର୍ଶନ ରାଜନେତାମାନେ ମତ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.